୧୦୦୦ କୋଟି ଉପରେ ବିରାଟ କୋହଲିଙ୍କ ସମ୍ପତ୍ତି
ପଡ଼ିଆ ହେଉଛି ପର୍ସନାଲ ଲାଇଫ୍ । ଦୁଇଟି ଯାକରେ ଚର୍ଚ୍ଚାରେ ରୁହନ୍ତି ବିରାଟ କୋହଲି । ତେବେ ଜାଣିଛନ୍ତି କି ବିରାଟଙ୍କ ସମ୍ପତ୍ତି ଏ ଭିତରେ ୧୦୦୦ କୋଟି ଟପି ଯାଇଛି । ବିରାଟଙ୍କର ମୁମ୍ବାଇରେ ୩୪ କୋଟି ଓ ଗୁରୁଗ୍ରାମରେ ୮୦ କୋଟିର ଦୁଇଟି ବିଳାସପୂର୍ଣ୍ଣ ଅଟ୍ଟାଳିକା ରହିଛି । ବିରାଟଙ୍କ ପାଖରେ ଅନେକ ଦାମୀ କାର ରହିଛି । ଏତେ ଟଙ୍କା କେମିତି ରୋଜଗାର କଲେ ସେ? ତାଙ୍କ ଇନକମ ଆଉ କେଉଁ କେଉଁ ଥିରେ ଅଛି । ଆସନ୍ତୁ ଜାଣିବା...
ଇନଷ୍ଟାଗ୍ରାମରେ ବିରାଟଙ୍କର ୨୫୨ ମିଲିୟନ ଫଲୋଅର୍ସ ରହିବା ସହିତ ତାଙ୍କର ମୋଟ ସମ୍ପତ୍ତି ୧୦୫୦ କୋଟିରେ ପହଞ୍ଚି ଯାଇଛି । ଟିମ୍ ଇଣ୍ଡିଆର 'ଏ' କ୍ୟାଟେଗୋରୀ ଖେଳାଳି ହିସାବରେ ସେ ୭ କୋଟି ପାଉଛନ୍ତି । ସେ ପ୍ରତି ଦିନିକିଆରୁ ୬ ଲକ୍ଷ, ଟେଷ୍ଟରୁ ୧୫ ଲକ୍ଷ ଓ ଟି-୨୦ରୁ ୨୦ ଲକ୍ଷ ଟଙ୍କା ପାଉଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରୁ ସେ ବାର୍ଷିକ ୧୫ କୋଟି ଆୟ କରୁଛନ୍ତି ।
ବିରାଟ ୧୮ଟି ବ୍ରାଣ୍ଡର ବିଜ୍ଞାପନ ଶୁଟିଂ ବାବଦକୁ ବର୍ଷକୁ ୭-୧୦ କୋଟି ଆୟ କରୁଛନ୍ତି । ଏଭଳି ବିଭିନ୍ନ ବ୍ରାଣ୍ଡର ପ୍ରଚାର ପ୍ରସାରରୁ ସେ ୧୭୫ କୋଟି ଟଙ୍କା ପାଉଛନ୍ତି । ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ପ୍ରତି ପୋଷ୍ଟରୁ ସେ ୮.୯ କୋଟି ଓ ଟ୍ୱିଟରରେ ପ୍ରତି ପୋଷ୍ଟରୁ ୨.୫ କୋଟି ପାଉଛନ୍ତି ।
Powered by Froala Editor