ସମୁଦ୍ରରେ ଭିତରେ ୧୦୦ ଦିନ

ଆପଣ କେତେ ସମୟ ପାଣି ଭିତରେ ରହିପାରିବେ । ୫ ମିନିଟ ନା ଏକ ଘଣ୍ଟା । ସମସ୍ତେ କହିବେ ନା ବାବା ନା । ଏତେ ସମୟ ପାଣି ଭିତରେ? କ’ଣ ଜଳଚର କି? କିନ୍ତୁ ଜଣେ ପ୍ରଫେସର ସମସ୍ତଙ୍କୁ ଚକିତ କରି ଦିନେ ଦୁଇ ଦିନ ନୁହେଁ ପୂରା ୧୦୦ ଦିନ ପାଣିରେ ରହିଛନ୍ତି ।
ଆମେରିକାର ଫ୍ଲୋରିଡାର ଏହି ପ୍ରଫେସର ଲଗାତାର ଭାବେ ଶହେ ଦିନ ଧରି ପାଣି ତଳେ ରହିବାର ବିରଳ ରେକର୍ଡ ହାସଲ କରିଛନ୍ତି । ପ୍ରଫେସର ଜଣଙ୍କ ହେଉଛନ୍ତି ଜୋସେଫ ଡିଟୁରୀ । ସେ ଗତ ମାର୍ଚ ପହିଲାରୁ ଲାର୍ଗୋ ସିଟିରେ ଥିବା ସମୁଦ୍ର ମଧ୍ୟରେ ରହିବାକୁ ନିଷ୍ପତି ନେଇଥିଲେ । ସେ ଏହି ଚ୍ୟାଲେଂଜକୁ ପୂରଣ କରିଛନ୍ତି ।
ଆମେରିକୀୟ ନୌସେନାର ପୂର୍ବତନ ବୁଡାଳୀ ଓ ବାୟୋ ମେଡିକାଲ ଇଂଜିନିୟରିଂର ଏହି ପ୍ରଫେସର ଜଣଙ୍କ ଏଭଳି ଆଶ୍ଚର୍ଯ୍ୟ କରିବା ଭଳି ରେକର୍ଡ ସ୍ଥାପନା କରିଛନ୍ତି । ଜୋସେଫ ଡିଟୁରୀ ତାଙ୍କର ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏଥିରେ ସେ ନିଜର ଅନୁଭୁତିକୁ ବଖାଣିଛନ୍ତି ।
Powered by Froala Editor