ଜେଇଇ ଆଡ୍ଭାନ୍ସ ପରୀକ୍ଷା ଫଳ ପ୍ରକାଶିତ
ନୂଆଦିଲ୍ଲୀ: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟି ଗୁୱାହାଟି) ଜେଇଇ ଆଡ୍ଭାନ୍ସ ପରୀକ୍ଷା ଫଳ ଘୋଷଣା କରିଛି। ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ପରୀକ୍ଷା ଦେଇଥିଲେ ସେମାନେ jeeadv.ac.in କୁ ଯାଇ ନିଜ ରେଜଲ୍ଟ ଚେକ୍ କରିପାରିବେ।
ଦୁଇଟି ଶିଫ୍ଟରେ ଏହି ପରୀକ୍ଷା ହୋଇଥିଲା। ପ୍ରଥମ ଶିଫ୍ଟ ସକାଳ ୯ରୁ ୧୨ ହୋଇଥିବା ବେଳେ ଦ୍ୱିତୀୟ ଶିଫ୍ଟ ୨.୩୦ରୁ ୫.୩୦ ପର୍ୟ୍ୟନ୍ତ ହୋଇଥିଲା। ପରୀକ୍ଷାର ପ୍ରୋଭିଜନାଲ ଉତ୍ତର ଜୁନ ୯ ଓ ୧୧ ତାରିଖରେ ଜାରି କରାଯାଇଥିବା ବେଳେ ଆଜି ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ଥର ଜେଇଇ ଆଡ୍ଭାନ୍ସ ୨୦୨୩ରେ ମୋଟ ୧,୮୦,୩୭୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।
ପରୀକ୍ଷାର୍ଥୀ ରେଜିଷ୍ଟ୍ରେସନ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ଚେକ୍ କରିପାରିବେ। ମୋଟ ୩୬୦ ମାର୍କରେ ପରୀକ୍ଷା ହୋଇଥିଲା। ଏଥିରେ ଫିଜିକ୍ସ, କ୍ୟାମେଷ୍ଟ୍ରୀ ଓ ମ୍ୟାଥ୍ ପେପର ରହିଥିଲା। ଚଳିତ ବର୍ଷ ହାଇଦ୍ରାବାଦ ଜୋନ୍ରେ ବିସି ରେଡ୍ଡୀ ପରୀକ୍ଷାରେ ଟପ୍ କରିଛନ୍ତି।
Powered by Froala Editor