ଅଭାବନୀୟ ଘଟଣା: ରାଜଧାନୀରେ ଦୁଇ ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ
ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଦୁଇ ମହିଳାଙ୍କୁ ହତ୍ୟା ।ଦୁର୍ବୃତ୍ତ ମାନେ ମହିଳାଙ୍କୁ ଗୁଳି କରି ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ରାଜଧାନୀ ଦିଲ୍ଲୀର ଆରକେପୁରମ୍ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମହିଳାଙ୍କ ଉପରରୁ ଫାୟାରିଂ କରିଥିଲେ । ଘଟଣା ପରେ ଆରକେପୁରମ୍ ଆମ୍ବେଦକର ବସ୍ତି ଚାଞ୍ଚଲ୍ୟ ଖେଳିଯାଇଛି । ଦିଲ୍ଲୀ ଦକ୍ଷିଣ-ପଶ୍ଚିମ ଡିସିପିଙ୍କ କହିବା ଅନୁଯାଯୀ, କେହି ଅଜଣା ଲୋକ ମହିଳଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଦୁଇ ମହିଳା ହେଉଛନ୍ତି, ବସ୍ତି ଅଞ୍ଚଳର ପିଙ୍କି ଓ ଜ୍ୟୋତି । ପୋଲିସର କହିବା ମୁତାବକ, ଦୁର୍ବୃତ୍ତମାନେ ମହିଳାଙ୍କୁ ଭାଇଙ୍କୁ ଟାର୍ଗେଟ୍ କରି କି ଆସିଥିଲେ । ହେଲେ ସେମାନେ ନମଳିବାରୁ ମହିଳାଙ୍କୁ ଗୁଳି କରିଥିଲେ। ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ଅଭିଯୁକ୍ତଙ୍କ ସହିତ ଟଙ୍କା ଲେଣ ଦେଣ କାରବାର ଥିଲା ।ଏନେଇ ପୋଲିସ ଏକ ମମଲା ରୁଜୁ କରି ତଦନ୍ତ କରୁଛି ।
ଦିଲ୍ଲୀ ପୋଲିସ ସୂଚନା ମୁତାବକ, ରବିବାର ଭୋର ପ୍ରାୟ ୪ଟା ୪୦ ମିନିଟ୍ ଥାନାକୁ ଫୋନ୍ କରି ଖବର ଦିଆଯାଇଥିଲା । ଦୁଇ ଉଭଣୀଙ୍କୁ ଗୁଳିମାରି ହତ୍ୟା କରାଯାଇଛି ବୋଲି ଅଭିଯୋଗ ହୋଇଛି । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ ।
Powered by Froala Editor