ରିଲିଜରୁ ହିଁ ଧମାଲ : ପ୍ରଥମ ଦିନରେ ‘ଆଦି ପୁରୁଷ’ର ଆୟ ୧୦୦ କୋଟି ଟପିଲା

ରିଲିଜ ଆରମ୍ଭରୁ ହିଁ ଧମାକା କରୁଛି ଫିଲ୍ମ 'ଆଦିପୁରୁଷ'। ପ୍ରଥମ ଦିନରେ ହିଁ ଫିଲ୍ମ ସମସ୍ତ ଭାଷାରେ ୧୦୦ କୋଟିରୁ ଅଧିକ ଆୟ କରିଛି । ହିନ୍ଦୀରୁ ୩୫ କୋଟି ଆୟ କରିଥିବା ବେଳେ ତେଲୁଗୁରୁ ରୋଜଗାର କରିଛି ୫୮.୫୦ କୋଟି ଆୟ କରିଛି । କୋରୋନା ପରେ ଆଡଭାନ୍ସ ଟିକେଟ୍ ବୁକିଂରେ 'ଆଦିପୁରୁଷ' ଚତୁର୍ଥ ବଡ଼ ଫିଲ୍ମ ସାବ୍ୟସ୍ତ ହୋଇଛି । ଆଡଭାନ୍ସ ଟିକେଟ୍ ବୁକିଂରେ 'ବ୍ରହ୍ମାସ୍ତ୍ର' ଓ 'ପୋନିୟିନ୍ ସେଲଭାନ୍-୧' କୁ ପଛରେ ପକାଇଛି 'ଆଦିପୁରୁଷ' ।
'ବ୍ରହ୍ମାସ୍ତ୍ର' ଫିଲ୍ମ ପାଇଁ ୧୭.୭୧ କୋଟି ଟଙ୍କାର ଆଡଭାନ୍ସ ଟିକେଟ୍ ବୁକିଂ ହୋଇଥିବା ବେଳେ 'ପୋନିୟିନ୍ ସେଲଭନ ୧' ପାଇଁ ୧୫.୮୨ କୋଟି ଟଙ୍କାର ଆଡଭାନ୍ସ ଟିକେଟ୍ ବୁକିଂ ହୋଇଥିଲା। ତେବେ 'ଆଦିପୁରୁଷ' ଫିଲ୍ମର ଆଡଭାନ୍ସ ଟିକେଟ୍ ବୁକିଂ ଜୋରଦାର ହୋଇଛି । ସାରା ଭାରତରେ ୨୫ କୋଟି ଟଙ୍କାର ଆଡଭାନ୍ସ ଟିକେଟ୍ ବୁକିଂ ହୋଇଥିଲା ।
ଫିଲ୍ମରେ ରାମଙ୍କ ଭୂମିକାରେ ଅଭିନୟ କରିଛନ୍ତି ସୁପରଷ୍ଟାର ପ୍ରଭାସ, ମା' ସୀତାଙ୍କ ଭୂମିକାରେ ଅଭିନୟ କରିଛନ୍ତି କ୍ରୀତି ସାନନ୍, ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଛନ୍ତି ସନ୍ନି ସିଂହ ଓ ରାବଣ ଭୂମିକାରେ ଅଭିନୟ କରିଛନ୍ତି ସୈଫ ଅଲ୍ଲି ଖାନ୍ । ଏହି ଫିଲ୍ମକୁ ନେଇ ବହୁ ବିବାଦ ଦେଖାଦେଇଥିଲା । କିନ୍ତୁ ଏବେ ଫିଲ୍ମର ରେଟିଂ ବି ଚର୍ଚ୍ଚାରେ ରହିଛି । ତେଣୁ ଫିଲ୍ମର ସଫଳତା ପାଇଁ ବହୁ ଆଶାବାଦୀ ଅଛନ୍ତି ନିର୍ମାତା ।
Powered by Froala Editor