ପୋସ୍କୋ ଆକ୍ଟ ହଟାଇବାକୁ ଚାଲ୍, ନାବାଳିକାର ପରିବାରକୁ ଦିଆଯାଇଛି ଧମକ

ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ବ୍ରିଜ୍ଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ସମ୍ପର୍କରେ ଦିଲ୍ଲୀ ପୋଲିସ ଏକ ଚାର୍ଜଶିଟ ଦାଖଲ କରିଛି। ବ୍ରିଜ୍ଭୂଷଣଙ୍କ ଉପରେ ଲାଗୁ ହୋଇଥିବା ପୋସ୍କୋ ଆକ୍ଟ ହଟାଇବାକୁ ପୋଲିସ କୋର୍ଟକୁ ସୁପାରିଶ କରିଥିବା ଜଣାପଡିଛି।
ଏହି ସମୟରେ କୁସ୍ତିଯୋଦ୍ଧା ସାକ୍ଷୀ ମଲିକ ଏବଂ ତାଙ୍କ ସ୍ବାମୀ ସତ୍ୟବ୍ରତ କାଦିଆନ ଆନ୍ଦୋଳନ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ। ସାକ୍ଷୀ ଅଭିଯୋଗ କରିଛନ୍ତି ଯେ ବ୍ରିଜଭୂଷଣ ନାବାଳିକା କୁସ୍ତି ଯୋଦ୍ଧାଙ୍କ ପରିବାରକୁ ଧମକଚମକ ଦେଇଛନ୍ତି । ଧମକ ପାଇବା ପରେ ନାବାଳିକା କୁସ୍ତି ଯୋଦ୍ଧା ଜଣକ ତାଙ୍କର ବୟାନ ବଦଳାଇ ଦେଇଛନ୍ତି । ବ୍ରିଜଭୂଷଣଙ୍କ ଉପରେ ଯେଭଳି ପୋକସୋ ଆକ୍ଟ ଲାଗିବ ନାହିଁ ଓ ସେ ବଞ୍ଚିଯିବେ ସେଥିପାଇଁ ତାଙ୍କ ପରିବାରକୁ ଧମକ ଦିଆଯାଇଥିଲା ।
ସତ୍ୟବ୍ରତ କାଦିଆନ ଏବଂ ସାକ୍ଷି ମଲିକ ଏହି ଭିଡିଓ ରିଲିଜ କରି କହିଛନ୍ତି ଯେ, ଏହା ଆମ ଆନ୍ଦୋଳନକୁ ନେଇ ରାଜନୀତି କରାଯାଉଛି। ଅନେକ ଲୋକ କୁହନ୍ତି ଯେ କଂଗ୍ରେସ ନେତା ଦୀପେନ୍ଦ୍ର ହୁଡା ଏହି ଆନ୍ଦୋଳନକୁ ପ୍ରବର୍ତ୍ତାଇଛନ୍ତି, କିନ୍ତୁ ଜାନୁୟାରୀରେ ଆମେ ପ୍ରଥମେ ଯନ୍ତରମନ୍ତରରେ ଧାରଣା ଆରମ୍ଭ କରିଥିଲୁ। ଯନ୍ତରମନ୍ତର ପୋଲିସ ଷ୍ଟେଶନରେ ଏହି ପ୍ରଦର୍ଶନ ପାଇଁ ଭାଜପା ନେତା ତିର୍ଥ ରାଣା ଏବଂ ବବିତା ଫୋଗାଟଙ୍କ ଅନୁମତି ନେଇଥିଲୁ। କେବଳ ଏତିକି ନୁହେଁ ବବିତା ଫୋଗଟ ଏବଂ ତିର୍ଥ ରାଣା ମଧ୍ୟ ଯନ୍ତରମନ୍ତରରେ ବିରୋଧ ପ୍ରଦର୍ଶନ କରିବାକୁ ଅନୁମତି ପତ୍ରର ବ୍ୟବସ୍ଥା କରିଦେଇଥିଲେ ।
Powered by Froala Editor