ନେହରୁ ମେମୋରିଆଲ ମ୍ୟୁଜିୟମ ହେଲା ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ

ଦିଲ୍ଲୀରେ ଥିବା ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀର ନାଁକୁ ବଦଳାଇ ପ୍ରଧାନମନ୍ତ୍ରୀଙ୍କ ମ୍ୟୁଜିୟମ ଓ ଲାଇବ୍ରେରୀ ସୋସାଇଟୀ ରଖାଯାଇଛି। ଗତବର୍ଷ ଏହି ବିଲଡିଂ ପରିସରରେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟର ଉଦଘାଟନ କରାଯାଇଥିଲା। ଏହାକୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଅଫିସିଆଲ ଘର ଭାବେ ବ୍ୟବହାର କରାଯାଉଥିଲା। ତେବେ ଏହାର ନାଁ ପରିବର୍ତ୍ତନକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାଣିଶୁଣି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଅବଦାଦନକୁ ସଙ୍କୁଚିତ କରିବା ପାଇଁ ଏପରି ପଦକ୍ଷେପ ନେଇଛନ୍ତି।
ଖଡଗେ ଟ୍ୱିଟ କରି କହିଛନ୍ତି, “ଯେଉଁମାନଙ୍କର ନିଜର କୌଣସି ଇତିହାସ ନାହିଁ, ସେମାନେ ଏବେ ଅନ୍ୟମାନଙ୍କ ଇତିହାସକୁ ଲିଭାଇବାକୁ ଚେଷ୍ଟା କରୁଛନ୍ତି। ନେହରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀର ନାଁ ବଦଳାଇବାକୁ ଯେଉଁ କୁତ୍ସିତ ଉଦ୍ୟମ କରାଯାଉଛି, ତାହା କେବେ ହେଲେ ପଣ୍ଡିତ ଜବାହରଲାଲ ନେହରୁଙ୍କ ବ୍ୟକ୍ତିତ୍ୱକୁ ପ୍ରଭାବିତ କରିପାରିବ ନାହିଁ।
ତେବେ ବିଜେପି ସାଂସଦ ନୀରଜା ଶେଖର କହିଛନ୍ତି, କଂଗ୍ରେସ କେବେ ହେଲେ ଗୋଟିଏ ବଂଶ ଛଡ଼ା ଆଗକୁ କିଛି ବି ଦେଖିପାରେ ନାହିଁ।
Powered by Froala Editor