ଟ୍ରେନରେ କଟି ମାଆ-ଝିଅ ମୃତ, ପୁଅ ଗୁରୁତର
ବ୍ରହ୍ମପୁର: ଟ୍ରେନରେ କଟି ମାଆ-ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅଛନ୍ତି। ଏମିତି ଦୁଃଖଦ ଘଟଣା ଓଡ଼ିଶା ସୀମା ଆନ୍ଧ୍ର ପ୍ରଦେଶ ଇଚ୍ଛାପୁରରେ ଘଟିଛି। ମୃତକ ଗଞ୍ଜାମ ଜିଲ୍ଲା ଜରଡ଼ା ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଗୁରୁତର ପୁଅକୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
Powered by Froala Editor