ହୃଦୟ ବିଦାରକ ଘଟଣା: ନାବାଳକକୁ ଟାଣି ନେଲା କୁମ୍ଭୀର
ପଟ୍ଟାମୁଣ୍ଡାଇ : ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ପ୍ରଥମ ରଜରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ମୃତକଜରକ ହେଲେ ୧୦ ବର୍ଷୀୟ ନାବାଳକ ଆଶୁତୋଷ ଆଚାର୍ୟ୍ୟ ।
ଆଶୁତୋଷ ଆଜି ନିଜ ମା’ଙ୍କ ସହ ଗାଁ ନିକଟରେ ଥିବା ନଦୀକୁ ଶୌଚ ପାଇଁ ଯାଇଥିଲେ। ମା’ ଗାଧୋଉଥିବା ବେଳେ କିଛି ଦୂରକୁ ଶୌଚ ପାଇଁ ଯାଇଥିବା ପୁଅଟି ହଠାତ୍ ଚିତ୍କାର କରିଥିଲା। ପୁଅର ଚିତ୍କାର ଶୁଣି ମା’ ଦୌଡ଼ିଯିବାରୁ ଆଖି ଆଗରେ ପୁଅକୁ କୁମ୍ଭୀର ଟାଣି ନେଉଥିବା ଦେଖିବାକୁ ପାଇଥିଲେ।ଏହାପରେ ମା’ଙ୍କ ଚିତ୍କାର ଶୁଣି ଗାଁ ଲୋକେ ତୁରନ୍ତ ପହଞ୍ଚି ଖୋଜଖବର ଆରମ୍ଭ କରିଥିଲେ। କିଛି ସମୟ ପରେ ସେମାନେ ଆଶୁତୋଷଙ୍କ ମୃତଦେହ ଉଦ୍ଧାର କରିଥିଲେ।
Powered by Froala Editor