ପ୍ରକୃତିଙ୍କ ପରେ କାଷ୍ଟିଂ କାଉଚ ନେଇ ଏମିତି କହିଲେ ରୂପଶ୍ରୀ

ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ ଟୁଟୁ ନାୟକଙ୍କ ବିରୁଦ୍ଧରେ ଅଭିନେତ୍ରୀ ପ୍ରକୃତି ମିଶ୍ର କାଷ୍ଟିଂ କାଉଚ୍ର ଅଭିଯୋଗ ଆଣିଥିଲେ। ଫିଲ୍ମରେ କାମ ଦେବାର ପ୍ରଲୋଭନ ଦେଖାଇ ଅନେକ ନବାଗତ ଝିଅଙ୍କୁ ଟୁଟୁ ନାୟକ ଶୋଷଣ କରିଛନ୍ତି ବୋଲି ଅଭିଯୋଗ କରିଥିଲେ। ବହୁ ଅଭିନେତା ଓ ଲୋକ ମଧ୍ୟ ଏଥିରେ ସମ୍ପୃକ୍ତ ବୋଲି ପ୍ରକୃତି ଅଭିଯୋଗ କରିଥିଲେ। ସଞ୍ଜୟଙ୍କ ବିରୋଧରେ IPCର ଦଫା ୫୦୦, ୫୦୪ ଓ ୫୦୬ ଲାଗିଥିଲା। କାଷ୍ଟିଂ କାଉଚ ପ୍ରସଙ୍ଗରେ ମୁହାଁମୁହିଁ ହୋଇଥିଲେ ଉଭୟ ସଞ୍ଜୟ ନାୟକ ଓ ପ୍ରକୃତି ମିଶ୍ର। ପ୍ରମାଣ ଥିଲେ ଅଭିଯୋଗ କରିବାକୁ କହିଥିଲେ ସଞ୍ଜୟ।
ସେହିପରି ଗତକାଲି କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ ମହିଳା ବାନ୍ଧବୀ। କହିଥିଲେ ସେ ତାଙ୍କୁ ନିର୍ଯାତନା ଦେଇଛନ୍ତି।
ଏହି ଦୁଇ ଜଣ ନାମୀଦାମୀ ଲୋକଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ପୁଣି ଜଣେ ନବାଗତା ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ମଧ୍ୟ କାଷ୍ଟିଂ କାଉଚ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ''ମୋତେ କେବଳ ପ୍ରଯୋଜକ କି ନିର୍ଦ୍ଦେଶକ ନୁହଁନ୍ତି ବରଂ ହିରୋ ବି ଫସାଇବାକୁ ଚେଷ୍ଟା କରିଛନ୍ତି। ଡେଟିଂ କରିବା କଥା, ବୁଲିବା ପାଇଁ ଓ ଅନେକ କିଛି କମ୍ପରମାଇଜ କରିବାକୁ କହିଛନ୍ତି। କିନ୍ତୁ ମୁଁ ରାଜି ହୋଇନି।''
Powered by Froala Editor