ଜମିଜମା ବିବାଦ:ବଡ଼କୁ ହାଣିଲା ସାନ
କେନ୍ଦ୍ରାପଡ଼ା : ଜମିଜମା ବିବାଦରୁ ହତ୍ୟା। ବଡ଼ ଭାଇକୁ ହାଣିଲା ସାନ ଭାଇ। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧ନଂ ୱାର୍ଡ ଷଣ୍ଢପଲ୍ଲୀ ଗ୍ରାମରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନାନୁଯାୟୀ, ଷଣ୍ଢପଲ୍ଲୀର ଅନୁପମ ବେହେରା ଓ ସନାତନ ବେହେରାଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଜମିଜମା ବିବାଦକୁ କେନ୍ଦ୍ରକରି ତିକ୍ତତା ଲାଗି ରହିଥିଲା। ମଙ୍ଗଳବାର ସକାଳେ ପାଣି ପାଇପ ପକାଇବାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସାନଭାଇ ସନାତନ ବଡ ଭାଇ ଅନୁପମକୁ ଏକ କଟୁରୀ ସାହାଯ୍ୟରେ ଆକ୍ରମଣ କରିଥିଲା । ଅନୁପମ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ସାନଭାଇ ସନାତନ ଫେରାର ହୋଇଯାଇଛି ।
Powered by Froala Editor