ଗଦର-୨ରେ ଅଧିକ ରାଗି ଯାଇଛନ୍ତି ତାରା ସିଂ

ଗଦର ଏକ ପ୍ରେମ କଥା । ଏହି ଲଭ ଷ୍ଟୋରୀର ପାର୍ଟ ୨ ଆସିବ ବୋଲି ଦର୍ଶକ ଚାହିଁ ବସିଥିଲେ । ଏବେ ଏହାର ଟିଜର ରିଲିଜ ହୋଇଛି । ଦୀର୍ଘ ୨୨ ବର୍ଷ ପରେ ଫିଲ୍ମର ପାର୍ଟ ୨କୁ ଦେଇ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି । ଟିଜରରେ ଦେଖିବାକୁ ମିଳୁଛି ଯେ, ୨୨ ବର୍ଷ ପରେ ପାକିସ୍ତାନକୁ ଜ୍ଵାଇଁ ହୋଇ ଫେରିଛି ତାରା ସିଂ । କିନ୍ତୁ ପୂର୍ବ ଅପେକ୍ଷା ଏଥର ଅଧିକ କ୍ରୋଧିତ ହୋଇ ତାରା ସିଂ ପାକିସ୍ତାନ ମାଟିରେ ପାଦ ଦେଇଛନ୍ତି। ଏହି ଟିଜରକୁ ସକିନା ଅର୍ଥାତ୍ ଅମିଶା ପଟେଲ ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ଟିଜରରେ ସନ୍ନି ଦେଓଲର ଦମ୍ଦାର ଡାଏଲଗ ଠାରୁ ଆରମ୍ଭ କରି ଚମତ୍କାର ଆକ୍ସନ୍ ରହିଛି। ଯେମିତି ଦେଖିଲେ ଲାଗୁଛି ଏଥର ପ୍ରଥମ ପାର୍ଟରୁ ଦ୍ଵିତୀୟ ପାର୍ଟରେ ଅଧିକ ଧମାକା ହେବ । ପାର୍ଟ ୧ ଦର୍ଶକଙ୍କୁ ବେଶ୍ ମନୋରଞ୍ଜନ କରିଥିଲା । ଏବେ ପାର୍ଟ ୨ ମଧ୍ୟ ବକ୍ସ ଅଫିସରେ ମୁନାଫା କମାଇବ ବୋଲି ନିର୍ମାତା ଆଶା ରଖିଛନ୍ତି ।
Powered by Froala Editor