ଏମିତି ଓଜନ କମାଇଥିଲେ ଆଦ୍ନାନ୍ :୨୫୦ କେଜିରୁ ହଟ୍ ଲୁକ୍
କଣ୍ଠଶିଳ୍ପୀ ଆଦ୍ନାନ୍ ସାମୀ । ଯାହାରଙ୍କ ଓଜନ ଦିନେ ୨୫୦ କେଜି ଥିଲା । କିନ୍ତୁ ଏବେ ସେ ବେଶ୍ ହଟ୍ ଲୁକରେ ନଜର ଆସନ୍ତି । ସେ ଲଗାତାର ଭାବେ ନିଜର ଓଜନ ହ୍ରାସ କରି ଚାଲିଛନ୍ତି। ଏଇ କିଛି ଦିନ ପୂର୍ବେ ସେ ପ୍ରାୟ ୧୩୦ କିଲୋ ଓଜନ କମାଇଛନ୍ତି । ଆଦ୍ନାନ୍ ଏତେ ଅଧିକ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ସେ କିଛି ଦିନ ପୂର୍ବରୁ ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଫଟୋରେ ସେ ଏକଦମ୍ ହଟ୍ ଦିଶୁଛନ୍ତି। ତେବେ ଜାଣିଛନ୍ତି ତାଙ୍କର ଫିଟ ରହିବାର ରାଜ୍ କ’ଣ?
ସେ ନିକଟରେ ତାଙ୍କ ଡାଏଟ୍ ସଂପର୍କ କହି କହିଛନ୍ତି ଯେ ଓଜନ ହ୍ରାସ ଯାତ୍ରା ସମୟରେ ସେ ଭାତ, ରୁଟି ଓ ଜଙ୍କ୍ଫୁଡ୍କୁ ପୂରା ପୂରି ଭାବେ ଛାଡ଼ି ଦେଇଥିଲେ। ଏହାବ୍ୟତୀତ ସେ ସକାଳୁ ୧ କପ୍ ବିନା ଚିନି ଚା' ପିଇବା ସହ ଦ୍ବିପ୍ରହରରେ କେବଳ ୧ ଚାମଚ୍ ତେଲ୍ରେ ଭଜା ହୋଇଥିବା ବିନା ଫ୍ୟାଟ୍ ମାଛ ଖାଇଥାନ୍ତି। ତାହା ସହ ସାଲାଡ୍ ବି ଖାଇଥାନ୍ତି। ରାତିରେ ସେ ଭାତି କିମ୍ବା ରୁଟି ନୁହେଁ ବରଂ ଖାଲି ସିଝା ଚିକେନ୍ ଖାଇଥାନ୍ତି। ସଂଧ୍ୟା ବେଳେ ସେ ପପ୍କର୍ଣ୍ଣ ଖାଇଥାନ୍ତି। ସେଥିରେ ପୁଣି ଲୁଣ କିମ୍ବା ଘିଅ କିଛି ବି ପଡ଼ିନଥାଏ।
Powered by Froala Editor