କଡାକଡି ହେବ ଯାଞ୍ଚ: ଜୁନ୍ ୨୩ରୁ ଲାଗୁ ହେବ ନମ୍ବର ପ୍ଲେଟ୍ ଫାଇନ୍ ନିୟମ
ଭୁବନେଶ୍ୱର: ଜୁନ୍ ୨୩ରୁ ପୁଣି ନମ୍ବର ପ୍ଲେଟ୍ ଫାଇନ୍ ନିୟମ ଲାଗୁ ହେବ । ଏଥିପାଇଁ ଯାଞ୍ଚ କଡାକଡି ହେବ । ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ ନଥିଲେ ଫାଇନ୍ ଆଦାୟ କରାହେବ । ସ୍ପେଶାଲ ଡ୍ରାଇଭ୍ କରି ଯାଞ୍ଚ ହେବ । ଯେଉଁ ଗାଡିରେ ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ ନଥିବ ସେମାନଙ୍କ ପାଇଁ ୫ରୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଇ-ଚାଲାଣ ଲାଗୁହେବ ।
ଯଦିଓ ଏହି ରେଜିଷ୍ଟ୍ରେସନ ପ୍ରକ୍ରିୟା ଅଲଗା ଅଲଗା ରାଜ୍ୟ ପାଇଁ ଭିନ୍ନ ଭିନ୍ନ କିନ୍ତୁ ଏହି ଉଦାହରଣରେ ଆପଣ ଆକଳନ କରିପାରିବେ ଯେ କେମିତି ଅନଲାଇନ୍ ଆବେଦନ କରିବେ । ଏଥିପାଇଁ ପ୍ରଥମେ ନିଜ ରାଜ୍ୟର ଅଫିସିଆଲ୍ ଏଚଏସଆରପି ୱେବସାଇଟକୁ ଯାଆନ୍ତୁ । ସେଠାରେ ଆପଣ ନିଜ ଗାଡି ସହିତ ଜଡିତ ସମସ୍ତ ସୂଚନା ଦେବାକୁ ହେବ । ଯେମିତିକି ଆପଣଙ୍କ ଗାଡି ପ୍ରାଇଭେଟ୍ କିମ୍ବା କମର୍ସିଆଲ୍, ଦୁଇଚକିଆ କିମ୍ବା ଚାରିଚକିଆ, କେଉଁ କମ୍ପାନୀର ଗାଡି, ଗାଡିର ନମ୍ବର କମ୍ ଆଦି ସୂଚନା ଦେବାକୁ ହେବ । ସେଠାରେ ଆପଣଙ୍କୁ ନିଜ ଡିଲର ମଧ୍ୟ ଚୟନ କରିବାକୁ ହେବ ଯାହାଠୁ ଆପଣ ଗାଡି କିଣିଛନ୍ତି ଅର୍ଥାତ୍ ଯିଏ ଆପଣଙ୍କୁ ଗାଡିରେ ହାଇ ସିକ୍ୟେରିଟି ନମ୍ବର ପ୍ଲେଟ୍ ଲଗାଇବ ।
Powered by Froala Editor