ନିର୍ଦ୍ଦେଶକ ସ୍ୱରାଙ୍କୁ କହିଥିଲେ ରାତି କଟାଇବାକୁ ହେବ, ନହେଲେ ଫିଲ୍ମ ମିଳିବନି

ଫିଲ୍ମରେ ଲିଡ୍ ରୋଲ ପାଇଁ ଅନେକ ଅଭିନେତ୍ରୀଙ୍କୁ କାଷ୍ଟିଂ କାଉଚର ସମ୍ମୁଖୀନ ହେବାକୁ ପଡିଥିଲା । ଏନେଇ ବହୁ ଅଭିନେତ୍ରୀ ମୁହଁ ଖୋଲିଥିଲେ ବି ଅନେକ ଚୁପ୍ ରହିଛନ୍ତି । ହେଲେ ଏବେ ସ୍ୱରା ଭାସ୍କର କାଷ୍ଟିଂ କାଉଚ ବାବଦରେ ମୁହଁ ଖୋଲିଛନ୍ତି । ସେ ମଧ୍ୟ କାଷ୍ଟିଂ କାଉଚର ଶିକାର ହୋଇଥିଲେ ବୋଲି କହିଛନ୍ତି । ଫିଲ୍ମ ଦେବା ପାଇଁ ଜଣେ ନିର୍ଦ୍ଦେଶକ ତାଙ୍କ ସହ ରାତି କଟାଇବାକୁ ଚାହୁଥିବା କହିଛନ୍ତି ସ୍ୱରା।
ସ୍ୱରା କହିଥିଲେ ଯେ, ଜଣେ ନିର୍ଦ୍ଦେଶକ ନିଶାଗ୍ରସ୍ତ ହୋଇ ତାଙ୍କ ରୁମକୁ ଆସିଥିଲେ। ସ୍ବରା କାରଣ ପଚାରିବା ପରେ ସେ ତାଙ୍କୁ ଆଲିଙ୍ଗନ କରିବାକୁ ଚେଷ୍ଟା କରିଥିଲେ। ଏହା ପରେ ଫିଲ୍ମରେ କାମ କରିବାକୁ ଚାହୁଥିଲେ ମୋ ସହ ରାତି କଟାଇବାକୁ ହେବ ବୋଲି ନିର୍ଦ୍ଦେଶକଜଣକ ସ୍ୱରାଙ୍କୁ କହିଥିଲେ। ହେଲେ ସ୍ୱରା ତାଙ୍କର ଏହି ଅଫରରେ ରାଜି ନହେବାରୁ ତାଙ୍କ ହାତରୁ ଅନେକ ଫିଲ୍ମ ଚାଲି ଯାଇଥିଲା।
ତେବେ ସ୍ୱରାଙ୍କ ଏବେ ମା' ହେବାକୁ ଯାଉଛନ୍ତି। ଇନଷ୍ଟାଗ୍ରାମରେ ସ୍ୱରା ଏ ସଂପର୍କରେ ସୂଚନା ଦେବା ସହିତ ବେବି ବମ୍ପ ଫଟୋ ସ୍ବାମୀ ଫହଦ ଅହମଦଙ୍କ ସହିତ ପୋଷ୍ଟ କରିଛନ୍ତି।
Powered by Froala Editor