ନଦୀରେ ଓଲଟିଲା ଡଙ୍ଗା, ଦୁଇ ନିଖୋଜ
ମାଥିଲି : ସିନ୍ଧିଗୁଡ଼ାରେ ଡଙ୍ଗା ବୁଡି ଦୁଇ ନିଖୋଜ । ମାଲକାନଗିରି ଚିତ୍ରକୋଣ୍ଡା ଡ୍ୟାମ୍କୁ ସଂଯୋଗ କରୁଥିବା ନଦୀରେ ଓଲଟିଲା ଡଙ୍ଗା । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି ।ଖବର ଅନୁଯାୟୀ, ଆଣ୍ଡ୍ରାହାଲା ପଞ୍ଚାୟତର ସିନ୍ଧିଗୁଡ଼ାରୁ ସୀମାନ୍ତ ଆନ୍ଧପ୍ରଦେଶକୁ ପାଞ୍ଚ ଜଣେ ଡଙ୍ଗା ଯୋଗେ ଯାଉଥିଲେ । ଆନ୍ଧ୍ରପ୍ରଦେଶରୁ ବାହାଘର ଭୋଜି ଖାଇ ଫେରୁଥିବା ଫେରୁଥିବା ବେଳେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯାହାଫଳରେ ଡଙ୍ଗାରେ ଥିବା ପାଞ୍ଚ ଜଣ ବୁଡିଯାଇଥିଲେ ।
ତେବେ ଡଙ୍ଗା ବୁଡିବା ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ । ତିନି ଜଣଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ହେଲେ ବାକି ଆଉ ଦୁଇ ଜଣେ ଏବେବି ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜାଖୋଜି କାମ ଜାର ରହିଛି ।
Powered by Froala Editor