ଆରବସାଗରରେ ଦାନା ବାନ୍ଧୁଛି ବାତ୍ୟା
ଭୁବନେଶ୍ବର: ରାଜ୍ୟକୁ ବାତ୍ୟା ଚିନ୍ତା । ଆରବସାଗରରେ ଦାନା ବାନ୍ଧିବାରେ ଲାଗିଛି ସାଇକ୍ଲୋନ୍ । ଦକ୍ଷିଣ ଭାରତରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଅବପାତର ରୂପ ନେଇଛି । ଆସନ୍ତା ୨୪ଘଣ୍ଟାରେ ଏହି ଲଘୁଚାପ ଅଧିକ ଘନୀଭୂତ ହେବ । ଉତ୍ତର ଦିଗରେ ଗତି କରିବ ଡିପ୍ରେସନ । ପରବର୍ତ୍ତୀ ୨୪ଘଣ୍ଟାରେ ଅବପାତ ବାତ୍ୟାର ରୂପ ନେଇପାରେ । ଏହା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବର୍ତ୍ତମାନ ଅବପାତ ଗୋଆ ଉପକୂଳରୁ ପଶ୍ଚିମ ଦକ୍ଷିଣ-ପଶ୍ଚିମ ଦିଗରେ ୯୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ଅପରପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ହନ୍ତସନ୍ତ ହୋଇ ପଡ଼ିଥିଲା ଜନଜୀବନ । ତେବେ ଏହି ଖବର ପାଇ ରାଜ୍ୟରେ ଗରମରୁ ମୁକ୍ତି ପାଇବା ନେଇ ଟିକିଏ ଆଶ୍ୱସ୍ତି ମିଳିଛି ।
Powered by Froala Editor