ନିଲନ୍ସ ବଜାରକୁ ଆଣିଲା ନୂଆ ରାଜସ୍ଥାନି ଆଚାର

ଭୁବନେଶ୍ୱର : ଆଚାର ସର୍ବଦା ଭାରତୀୟ ଭୋଜନର ଏକ ଅତ୍ୟାବଶ୍ୟକ ଅଂଶ ହୋଇଆସିଛି । ଆଚାର ବର୍ଗରେ ବଜାରରେ ଅଗ୍ରଣୀ ସ୍ଥାନରେ ଥିବା ନିଲନ୍ସ ଆମ୍ବ, କଞ୍ଚା ଲଙ୍କା ଏବଂ ମିଶ୍ରିତ କିସମର ରାଜସ୍ଥାନି ଆଚାରର ସଦ୍ୟତମ ଉତ୍ପାଦ ସହିତ ତାହାର ବର୍ଗମାଳାକୁ ପରିବର୍ଦ୍ଧିତ କରିଛି ।
ନିଲନ୍ସର ଆଚାରଗୁଡିକ ମସଲାର ସୁସ୍ୱାଦୁ ମିଶ୍ରଣରେ ନିଖୁଣ ଭାବରେ ପ୍ରସ୍ତୁତ ହୋଇଛି, ଯେଉଁଥିପାଇଁ ଅତି ଯତ୍ନର ସହିତ ଫଳ ଓ ପନିପରିବା ଚୟନ ସହିତ ଆଚାରରେ ସର୍ବୋତ୍ତମ ତୈଳ ଅତ୍ୟନ୍ତ ସ୍ୱାସ୍ଥ୍ୟକର ପରିସ୍ଥିତିରେ ବ୍ୟବହାର କରାଯାଇଛି, ଯାହା ଏହାକୁ ଭାରତୀୟ ବଜାରରେ ଅନ୍ୟତମ ସର୍ବାଧିକ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବରେ ପ୍ରତିଷ୍ଠିତ କରାଇଛି । ଏହାର ଆଚାର ବର୍ଗରେ ସଦ୍ୟତମ ଯୋଗ ହେଉଛି ରାଜସ୍ଥାନି ଆଚାର କିସମ, ଯାହା ରାଜାପୁରୀ/ଦେଶୀ କିସମ ତାଜା ଆମ୍ବ, ପନିପରିବା, ସ୍ୱତନ୍ତ୍ର କିସମର ଲଙ୍କା, ସର୍ବୋତ୍ତମ ତୈଳରୁ ପ୍ରସ୍ତୁତ ହୋଇଛି ଏବଂ ତାହା ଅନନ୍ୟ ଭାରତୀୟ ମସଲା ଦିଆଯାଇ ସଂରକ୍ଷିତ ରଖାଯାଇଛି ଏବଂ ଏହା ଆମ ଭୋଜନକୁ ଖଟା ଓ ମସଲାଦାର ସ୍ୱାଦ ପ୍ରଦାନ କରୁଛି । ଆଙ୍ଗୁଠି ଚାଟି ଖାଇବା ଭଳି ଏହି ଆଚାର ଉପଭୋକ୍ତାଙ୍କୁ ‘ମା’ ହାତର ସ୍ୱାଦ’ ମନେପକାଇଦେବ ।
ଉପଭୋକ୍ତାଙ୍କ ଖାଇବା ଶୈଳୀ ସମ୍ପର୍କରେ ପ୍ରକାଶ କରି ନିଲନ୍ସର ନିର୍ଦ୍ଦେଶକ ଏବଂ ସିଇଓ ରାଜୀବ ଅଗ୍ରୱାଲ କହିଛନ୍ତି, “ଖାଦ୍ୟ ସହିତ ଆଚାର ସର୍ବଦା ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ହୋଇ ରହିଆସିଛି ଏବଂ ଦେଶର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ସ୍ୱାଦର ତଥା ବିଭିନ୍ନ ପ୍ରକାରର ଆଚାର ପ୍ରସ୍ତୁତି ଏବଂ ଖିଆଯାଉଛି । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ତତ୍ୱ ରହିଛି ଏବଂ ଏହା ପ୍ରିବାୟୋଟିକ୍ସର ଏକ ଚମତ୍କାର ଉତ୍ସ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁବିଧ ଫାଇଦା ଯୋଗାଇ ଦେଉଛି, ଯେପରିକି ହଜମ ପ୍ରକ୍ରିୟାରେ ଉନ୍ନତି, ଶରୀରକୁ ଆବଶ୍ୟକ ଖଣିଜ ସାର ଓ ଭିଟାମିନ ଯୋଗାଇବା ଏବଂ ଅଲ୍ସର ହ୍ରାସ କରିବା ଆଦି ଅନ୍ୟତମ । ଏହାକୁ ପ୍ରତିଦିନ ଖାଦ୍ୟର ଏକ ଅଂଶବିଶେଷ କରିବାକୁ ଅନେକ ଖ୍ୟାତିସଂପନ୍ନ ସ୍ୱାସ୍ଥ୍ୟ ବିଶାରଦ ଏବଂ ପୁଷ୍ଟିସାଧନ ବିଶେଷଜ୍ଞ ସୁପାରିଶ କରୁଥିବା ସମୟରେ ଆଚାର ହଜାର ହଜାର ବର୍ଷ ପୁରାତନ ଖାଦ୍ୟ ସମ୍ପର୍କିତ ଆମ ଜ୍ଞାନର ଏକ ଅଂଶ ହୋଇଛି । ନିଲନ୍ସର ସଦ୍ୟତମ ରାଜସ୍ଥାନି ଆଚାର କିସମ ଏହି ସମସ୍ତ ଫାଇଦା/ବ୍ୟବହାରିତା ପ୍ରଦାନ ସହିତ ଆପଣଙ୍କର ସ୍ୱାଦ ଗ୍ରନ୍ଥିକୁ ନିଶ୍ଚିତ ଭାବରେ ସକ୍ରିୟ କରିଦେବ ।”
ଭାରତର ମୋଟାମୋଟି ଆଚାର ବଜାର ପ୍ରାୟ ୧୫୦୦ କୋଟି ଟଙ୍କା ରହିଛି ଏବଂ ଏହା ବାର୍ଷିକ ୬-୮% ପୌନଃପୁନିକ ହାରରେ ବୃଦ୍ଧିପାଉଛି । ଆଚାର ବର୍ଗ ସମ୍ପର୍କରେ ପ୍ରକାଶକରି ନିଲନ୍ସର ପରିଚାଳନା ନିର୍ଦ୍ଦେଶକ ଦୀପକ ସାଂଘଭୀ କହିଛନ୍ତି, “ଖାଦ୍ୟ ଶୈଳୀରେ ଆମେ ପରିବର୍ତ୍ତନ ଲକ୍ଷ୍ୟ କରୁଛୁ । ଗତ କିଛି ବର୍ଷ ମଧ୍ୟରେ ଏ କ୍ଷେତ୍ରରେ ବଡଧରଣର ପରିବର୍ତ୍ତନ ଆମେ ଲକ୍ଷ୍ୟ କରିଛୁ, ଯେଉଁଠି ପୂର୍ବରୁ ଆଚାରକୁ ଖାଦ୍ୟ ଥାଳିର ଏକ ପାଶ୍ୱର୍ ସାମଗ୍ରୀ ବା ଅଣ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଭାବରେ ବିବେଚନା କରାଯାଉଥିଲା, ସଂପ୍ରତି ତାହା ଅଧିକାଂଶ ପରିବାରରେ ମୁଖ୍ୟ ଖାଦ୍ୟ ତାଲିକାରେ ସ୍ଥାନପାଇଛି । ଏଥିସହିତ ଲୋକମାନେ ଏବେ ଅଧିକ ସମୟ ଘରେ ରହୁଥିବାରୁ ଖାଦ୍ୟକୁ ନେଇ ଅଧିକରୁ ଅଧିକ ପରୀକ୍ଷା ନିରୀକ୍ଷା କରୁଛନ୍ତି ଏବଂ ଆମର ଲକ୍ଷ୍ୟ ହେଉଛି ସେମାନଙ୍କ ଆବଶ୍ୟକତା ପ୍ରତି ଦୃଷ୍ଟିଦେବା । ଆମେ ବଜାରରେ ଅଗ୍ରଣୀ ସ୍ଥାନରେ ରହିଥିବାରୁ ଆମ ଉତ୍ପାଦ ପ୍ରସ୍ତୁତି ପାଇଁ ଆମେ ସର୍ବୋତ୍ତମ ସାମଗ୍ରୀ, ଶୁଦ୍ଧ ପାରମ୍ପରିକ ମିଶ୍ରିତ ମସଲାର ବ୍ୟବହାର ସହିତ ପ୍ରସ୍ତୁତି ସମୟରେ କଡାକଡି ସ୍ୱାସ୍ଥ୍ୟଗତ ଦିଗ ବଜାୟ ରଖିବା ସୁନିଶ୍ଚିତ କରୁଛୁ । ଆମ ଉତ୍ପାଦ ବର୍ଗମାଳାର ନିରନ୍ତର ସଂପ୍ରସାରଣ ଏବଂ ଉକ୍ତ ବର୍ଗର କ୍ରମ ଅଭିବୃଦ୍ଧି ଏହା ପ୍ରତିପାଦିତ କରୁଛି ଯେ ଉପଭୋକ୍ତାଙ୍କ ପାଇଁ ଆମେ ଅନ୍ୟତମ ପସନ୍ଦଯୋଗ୍ୟ ବ୍ରାଣ୍ଡ୍ ହୋଇଛୁ ।”
ରାଜସ୍ଥାନି ଆଚାର କିସମ ୨୨୫ ଗ୍ରାମ, ୪୭୫ ଗ୍ରାମ, ୮୦୦ ଗ୍ରାମ ପେଟ୍ ବୋତଲ ପ୍ୟାକ୍ରେ ଉପଲବ୍ଧ ହେଉଛି ଏବଂ ଏହା ଦେଶର ସମସ୍ତ ସ୍ଥାନରେ ସମସ୍ତ ଜେରେରାଲ ଷ୍ଟୋରଗୁଡିକରେ ଉପଲବ୍ଧ ହେବ ।
Powered by Froala Editor