ଭବାନୀପାଟଣା ମେଡିକାଲ କଲେଜ ହେଲା ‘ରେଣ୍ଡୋ ମାଝୀ ମେଡିକାଲ କଲେଜ’
ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ନାମରେ ନାମିତ ହେଲା ଭବାନୀପାଟଣା ମେଡିକାଲ କଲେଜ। ସହିଦ ରେଣ୍ଡୋ ମାଝୀ ଜଣେ ମହାନ ଆଦିବାସୀ ନେତା ଓ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସ୍ଵାଧୀନତା ସଂଗ୍ରାମ ସମୟରେ ଲୋକଙ୍କ ପାଇଁ ସଂଗ୍ରାମ କରି ସେ ବହୁତ ଦୁଃଖ ଓ ଯନ୍ତ୍ରଣା ଭୋଗିଥିଲେ। ତେଣୁ ସେହି ମହାନ ସହିଦଙ୍କ ନାମରେ ଏହି ମେଡିକାଲ କଲେଜ ନାମ ରଖାଯାଇଛି ।
ରାଜ୍ୟ ସରକାର MBBS ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ୧୦ଟି ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ। ଏହି କ୍ରମରେ ଆଉ ଏକ ମେଡିକାଲ କଲେଜ ଓ ହସ୍ପିଟାଲ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଠାରେ ଚଳିତ ବର୍ଷଠାରୁ କାର୍ଯ୍ୟକ୍ଷମ ହେବ। ଏହା ଫଳରେ ରାଜ୍ୟରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକର ସଂଖ୍ୟା ୧୧ରେ ପହଞ୍ଚିବ। ଚଳିତ ଶିକ୍ଷାବର୍ଷରୁ ୧୦୦ସିଟ୍ ପାଇଁ ନାମଲେଖା ହେବ । ନାମଲେଖା ପାଇଁ NMCଙ୍କ ଠାରୁ ଅନୁମତି ମିଳିଛି ।
Powered by Froala Editor