ଟ୍ରେନ ଦୁର୍ଘଟଣା; ଆଜି ବିଜେପିର ୯ ବର୍ଷ ପୂର୍ତ୍ତି ଉତ୍ସବ କାର୍ୟ୍ୟକ୍ରମ ସ୍ଥଗିତ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଯୋଗୁ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। ଏହା ସମଗ୍ର ଦେଶବାସୀଙ୍କୁ ସ୍ତମ୍ଭୀଭୂତ କରିଥିବା ବେଳେ ଦିନିକିଆ ଶୋକ ପାଳନ କରୁଛନ୍ତି ରାଜ୍ୟ ସରକାର। ଏପରି ଶୋକାକୂଳ ସମୟରେ କେନ୍ଦ୍ରରେ ସରକାର ଗଠନର ୯ ବର୍ଷ ପୂର୍ତ୍ତି ପାଳନ କରୁଥିବା ବିଜେପି ଆଜି ପାଇଁ ନିଜର ସମସ୍ତ କାର୍ୟ୍ୟକ୍ରମକୁ ସ୍ଥଗିତ ରଖିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏ ନେଇ ଟ୍ୱିଟ କରି ଘୋଷଣା କରିଛନ୍ତି।
ଜେପି ନଡ୍ଡା କରିଥିବା ଟ୍ୱିଟ ଅନୁଯାୟୀ, ଓଡ଼ିଶାର ବାଲେଶ୍ୱର ରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ଯୋଗୁ ସମଗ୍ର ଦେଶରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏହି ଘଟଣା ଖୁବ୍ ମର୍ମାହତ କରିଛି। ଏପରି ଭୟଙ୍କର ଦୁର୍ଘଟଣା ସମୟରେ କେନ୍ଦ୍ର ସରକାର ନିଜ ୯ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ପାଳନ ହେବାକୁ ଥିବା ସମସ୍ତ କାର୍ୟ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି। ଭଗବାନ ମୃତକଙ୍କ ଆତ୍ମାକୁ ସଦ୍ଗତି ଦିଅନ୍ତୁ।
ସୂଚନାଯୋଗ୍ୟ, ବାଲେଶ୍ୱର ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ରେ ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି।
Powered by Froala Editor