କାଳବୈଶାଖୀ ତୋଫାନରେ ଭୁଶୁଡିଲା ନିର୍ମାଣଧୀନ ଏୟାର ଷ୍ଟ୍ରିପ ପାଚେରୀ, ୨ ମୃତ
ମାଲକାନଗିରି : କାଳ ବୈଶାଖୀର ଝଡ଼ତୋଫାନରେ ମାଲକାନଗିରି କାଦବହଲ ନିକଟରେ ନିର୍ମାଣଧୀନ ଏୟାର ଷ୍ଟ୍ରିପ ପାଚେରୀ ଭୁଶୁଡି ପଡି ସେଠାରେ କାମ କୁଥିବା ୫ ଜଣ ଶ୍ରମିକ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ତିନିଜଣ ମାଲକାନଗିରି ଜିଲ୍ଲା ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି।
କାଳବୈଖାଖୀ ପ୍ରଭାବରେ ହଠାତ ଝଡ଼ତୋଫାନ ହୋଇଥିଲା । ଏହି ସମୟରେ ଏୟାର ଷ୍ଟ୍ରିପ ପାଚେରୀ କାମ କରୁଥିବା ତେନ୍ତୁଳିଗୁଡା ଗ୍ରାମର ଅର୍ଜୁନ ବେନିୟା(୪୫), ତାଙ୍କ ସ୍ତ୍ରୀ ତିଳତ୍ତୋମ ବେନିୟା(୪୦),ଅମ୍ବିକା କିସକୁ(୩୦),ଏମଭି୩ ଗ୍ରାମର ଲବୀନ ସରେନ(୩୫), ମନୋଜ ହେମ୍ବ୍ରମ(୧୯) ଙ୍କ ଉପରେ ପାଚେରୀ ଭାଙ୍ଗିପଡିଥିଲା । ଗ୍ରାମ ବାସୀ ଓ ଦମକଳ ବାହିନୀ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ଚିକିତ୍ସା ନିମନ୍ତେ ପଠାଇଥିଲେ। ହସ୍ପିଟାଲ ରେ ଚିକିତ୍ସା ସମୟରେ ତିଲୋତ୍ତମା ଓ ମନୋଜଙ୍କର ମୃତ୍ୟୁ ଘଟିଛି।
Powered by Froala Editor