ପ୍ରେମିକାକୁ ବିଚ୍ ରାସ୍ତାରେ ହତ୍ୟା : ଛୁରୀ ଭୁଷିଲା ପରେ ବି ପଥରରେ ଛେଚି ମାରିଲା

ବିଚ୍ ରାସ୍ତାରେ ନିଜର ୧୬ ବର୍ଷୀୟ ପ୍ରେମିକାଙ୍କୁ ଜଣେ ୨୦ ବର୍ଷୀୟ ଯୁବକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି। ଯୁବକ ଜଣଙ୍କ ପ୍ରଥମେ ନାବାଳିକା ପ୍ରେମିକାଙ୍କୁ ୨୧ ଥର ଛୁରୀ ଭୁଷି ଥିଲା। ଏହାପରେ ତାଙ୍କ ମୁଣ୍ଡକୁ ବାରମ୍ବାର ଗୋଟିଏ ବଡ଼ ପଥରରେ ଛେଚି ଥିଲା। ଘଟଣା ସ୍ଥଳରେ ହିଁ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀର ଶାହବାଦ ଡାଏରୀ ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ଅଭିଯୁକ୍ତ ପ୍ରେମିକ ସାହିଲକୁ ଉତ୍ତରପ୍ରଦେଶର ବୁଲନ୍ଦଶହରରୁ ଗିରଫ କରିଛି ଦିଲ୍ଲୀ ପୁଲିସ।
ସୂଚନା ମୁତାବକ, ୨୦ବର୍ଷ ବୟସ୍କ ସାହିଲ ଜଣେ ଫ୍ରିଜ୍-ଏସି ମରାମତି ମେକାନିକ୍। ସାହିଲ ଏବଂ ନାବାଳିକା ପୀଡିତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଉଥିବା ବେଳେ ଏହି ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରବିବାର ଝିଅଟି ତା’ର ଜଣେ ବାନ୍ଧବୀର ପୁଅ ଜନ୍ମଦିନ ଉତ୍ସବକୁ ଯାଉଥିବା ବେଳେ ସାହିଲ ତାଙ୍କୁ ବାଟରେ ଅଟକାଇ ଆକ୍ରମଣ କରିଥିଲା। ଏହାପରେ ବାରମ୍ବାର ଛୁରୀ ଭୁଷି ଚାଲିଥିଲା। ସେ ତଳେ ପଡ଼ିଯାଇଥିଲେ ମଧ୍ୟ ଯୁବକଙ୍କ ରାଗ ଥଣ୍ଡା ହୋଇ ନଥିଲା। ରାସ୍ତା କଡ଼ରେ ପଡ଼ିଥିବା ଗୋଟିଏ ପଥର ଆଣି ନାବାଳିକଙ୍କୁ ଏକାଧିର ଛେଚି ଦେଇଥିଲା। ତାଙ୍କୁ ଗୋଇଠା ମଧ୍ୟ ମାରିଥିଲା।
Powered by Froala Editor