ବିବାହ ପ୍ରପୋଜାଲ ଦେଲେ ଆଲିନା : ସଲମାନ କହିଲେ, ‘୨୦ ବର୍ଷ ପୂର୍ବରୁ ଭେଟ ହେବାର ଥିଲା’
ଲିଉଡର ମୋଷ୍ଟ ଇଲିଜବୁଲ ବ୍ୟାଚଲର ସଲମାନଙ୍କ ବୟସ ୫୦ ପାର୍ କରିସାରିଲାଣି। ତଥାପି ତାଙ୍କ ନିକଟକୁ ଛୁଟୁଛି ବିବାହ ପ୍ରପୋଜାଲ । ସଲମାନଙ୍କ ଫ୍ୟାନ୍ ପାଲଟିଥିବା ହଲିଉଡ ହସିନା ଆଲିନା ଖଲେଫ ବିବାହ ପ୍ରସ୍ତାବ ଦେଇଛନ୍ତି।
ଆଲିନା ଜଣେ ଡିଜିଟାଲ କଣ୍ଟେଣ୍ଟ କ୍ରିଏଟର ଭାବେ କାମ କରୁଥିବା ବେଳେ ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୯୦.୩K ଫଲୋଅର୍ସ ଅଛନ୍ତି। ଅଧିକାଂଶ ସମୟରେ ଏଲିନା ସୋଶାଲ ମିଡିଆରେ ନିଜ ଗ୍ଲାମରସ୍ ଫଟୋ ଓ ଭିଡିଓ ଶେଆର କରିଥାନ୍ତି।
ତେବେ ନିକଟରେ ଆଲିନା ସଲମାନଙ୍କୁ ନିଜ ମନ କଥା କହିଛନ୍ତି । ଭିଡିଓରେ ସଲମାନଙ୍କୁ ଆଲିନା ପଚାରିଛନ୍ତି, ମୁଁ ଆପଣଙ୍କୁ ଦେଖିବା ଦିନଠୁ ଆପଣଙ୍କ ପ୍ରେମରେ ପଡ଼ି ଯାଇଛି। ଏଡାର ଉତ୍ତରରେ ସଲମାନ କହିଛନ୍ତି ,ଆପଣ ଶାହରୁଖ ଖାନଙ୍କ ବିଷୟରେ କହୁଛନ୍ତି ନା । ଏନେଇ ଆଲିନା କହିଛନ୍ତି, ନା ମୁଁ ଆପଣଙ୍କ କଥା କହୁଛି। ଆପଣ ମୋତେ ବିବାହ କରିବେ ବି ? ଏହାର ଉତ୍ତରରେ ସଲମାନ ଖାନ କହିଛନ୍ତି, ମୋର ବିବାହ ଦିନ ଗଡ଼ି ଗଲାଣି। ୨୦ ବର୍ଷ ପୂର୍ବରୁ ମୋ’ ସହ ଭେଟ ହେବାର ଥିଲା । ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି ।
Powered by Froala Editor