ଟ୍ରକ୍- ବୋଲେରୋ ଧକ୍କା: ୨ ମୃତ
ବାଉଁଶୁଣୀ : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନଂ ଜାତୀୟ ରାଜପଥ ବୌଦ୍ଧ ଥାନା କମଳପୁର ନିକଟରେ ଦୁର୍ଘଟଣା। ବୁଧବାର ସକାଳ ୩ ଟାରେ ଏକ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ବାଉଁଶୁଣୀ ଥାନା ପୋଲିସ ଏକ ବୋଲେରୋ ଭଡ଼ା ନେଇ କଟକକୁ ଏକ ୱ।ରେଣ୍ଟିର ସନ୍ଧାନରେ ଯାଇ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମାର୍ବଲ ପଥର ବୋଝେଇ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ବୋଲେରୋ ଡ଼୍ରାଇଭର ବାଉଁଶୁଣୀ ଗଡ ଭିତର ଗ୍ରାମର ପ୍ରଶାନ୍ତ ରଣା ଓ ଗାଡ଼ିରେ ବସିଥିବା ବାଉଁଶୁଣୀ ଥାନାରେ କାର୍ୟ୍ୟରତ ହୋମଗାର୍ଡ ଜଗନ୍ନାଥ ମେହେରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ସେହିପରି ଥାନା ଏଏସଆଇ ନାଗାରାଜ ପ୍ରଧାନ ଓ ସୁଶାନ୍ତ ସାହୁ ଓ ଉଦୟନାଥ ଜାନୀ ଗୁରୁତର ଆହତ ହୋଇଛନ୍ତି। ଉଭୟ ଗୁରୁତର ଓ ମୃତ ଯୁବକଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ବୌଦ୍ଧ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରୁ ନାଗାରାଜ ପ୍ରଧାନ ଓ ସୁଶାନ୍ତ ସାହୁଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ପଠାଯାଇଥିଲା ଓ ଉଦୟନାଥ ଜାନୀ ସୁସ୍ଥ ଥିବା ଜଣାପଡିଛି ।
Powered by Froala Editor