ସୋମବାର ଶପଥ ନେଇ ପାରନ୍ତି ୩ ନୂଆ ମନ୍ତ୍ରୀ
ସୋମବାର ହୋଇପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ । ସୋମବାର ସକାଳ ସାଢ଼େ ୯ଟାରେ ନୂଆ ମନ୍ତ୍ରୀମାନେ ଲୋକସେବା ଭବନରେ ଶପଥ ନେବେ। ଲୋକସଭା ଭବନର କନଭେନସନ୍ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । ତେବେ ନବୀନଙ୍କ ନୂଆ ଟିମ୍ରେ କିଏ ସ୍ଥାନ ପାଇବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ନିକଟରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ । ତେବେ କାହାକୁ କେଉଁ ବିଭାଗର ଦାୟିତ୍ୱ ମିଳିବ ସେ ନେଇ କୌଣସି ସୂଚନା ମିଳିପାରିନାହିଁ । ସୂଚନାଯୋଗ୍ୟ, ରାଜ୍ୟରେ ୩ଟି ମନ୍ତ୍ରୀପଦ ଖାଲିପଡ଼ିଛି। ନବଦାସଙ୍କ ଦେହାନ୍ତ ପରେ ସ୍ବାସ୍ଥ୍ୟମନ୍ତ୍ରୀ ପଦ ଖାଲି ପଡ଼ିଥିବା ବେଳେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଥିବା ସମୀର ରଞ୍ଜନ ଦାଶ ଏବଂ ଶ୍ରମମନ୍ତ୍ରୀ ଥିବା ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ପ୍ରମିଳା ମଲ୍ଲିକ ଏହି ଦୁଇ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି। ସେହିପରି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି।
Powered by Froala Editor