ସାପ ଆତଙ୍କ: ଗୋଟିଏ ଦିନରେ ୧୬ ଜଣଙ୍କୁ କାମୁଡିଲା ସାପ
ସୋର : ସୋର ଅଞ୍ଚଳରେ ବିଷଧର ସାପ ଆତଙ୍କ । ଗୋଟିଏ ଦିନରେ ୧୬ଜଣଙ୍କୁ ସାପ କାମୁଡିବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ବାଲେଶ୍ୱର ଜିଲ୍ଲା ସୋର, ବିଦୁ, ଈଶ୍ବରପୁର, ମ୍ୟୁନିସିପାଲଟି ଆଦି ଅଞ୍ଚଳରୁ ୧୬ ଜଣଙ୍କୁ ସାପ କାମୁଡିବା ନେଇ ସୋର ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଥିବାରୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି କ୍ଷ ବୁଧବାର ନାୟକବନ୍ଧ ଗ୍ରାମର ଗୀତା ଦାସ, ବିଦୁ ଗ୍ରାମର ଲକ୍ଷ୍ମଣ ମାରାଣ୍ଡି, ମାଣିତ୍ରି ଗ୍ରାମର ତାପସ ମଲ୍ଲିକ, ଈଶ୍ୱରପୁର ଗ୍ରାମର ସବିତା ସାମନ୍ତ ସମେତ ଅନ୍ୟ ଲୋକମାନଙ୍କୁ ସାପ କାମୁଡିଥିଲା । ସମସ୍ତେ ସୋର ମେଡିକାଲ ନିଜର ରକ୍ତ ନମୁନା ପରୀକ୍ଷା କରିଥିଲେ କ୍ଷ ଗୋଟିଏ ଦିନରେ ଏକାଧିକ ଲୋକଙ୍କୁ ସାପ କାମୁଡିବା ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଥିବା ନେଇ ଦେଖିବାକୁ ମିଳିଛି ।
Powered by Froala Editor