ବିଳମ୍ବରେ ଆସିବ ମୌସୁମୀ, ଜୁନ ୪ରେ ଛୁଇଁବ କେରଳ
ଏବର୍ଷ ବିଳମ୍ବରେ ଆସିବ ମୌସୁମୀ । ଜୁନ ୪ ତାରିଖରେ କେରଳ ଛୁଇଁବା ସମ୍ଭାବନା ରହିଛି । ତେବେ ମୌସୁମୀର ଏହି ଧାର୍ଯ୍ୟ ସମୟ ସାମାନ୍ୟ ବିଳମ୍ବକୁ ଦର୍ଶାଉଛି ବୋଲି ପାଣିପାଗ ବିଭାଗ କହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ କେରଳରେ ଜୁନ ୧ ରେ ଛୁଇଁଥାଏ। ବେଳେେବେଳ ସାତ ଦିନର ବିଚ୍ୟୁତି ମଧ୍ୟ ହୋଇଥାଏ।
ମୌସୁମୀ କେରଳ ଛୁଇଁବା ପୂର୍ବାନୁମାନ ନେଇ ବିଭିନ୍ନ ମଡେଲ ବ୍ୟବହୃତ ହୋଇଯାଏ । ଉତ୍ତର-ପଶ୍ଚିମ ଭାରତ ଉପରେ ସର୍ବନିମ୍ନ ତାପମାତ୍ରା, ଦକ୍ଷିଣ ଉପଦ୍ୱୀପ ଉପରେ ମୌସୁମୀ ବର୍ଷା, ଦକ୍ଷିଣ ଚାଇନା ସାଗରରେ ବାହାରୁଥିବା ଲଙ୍ଗ ଓ୍ବେଭ ବିକିରଣ ଲୋୟର ଟ୍ରପୋସଫେରିକ ସ୍ଥାନୀୟ ପବନ, ସବଟ୍ରପିକାଲ ପ୍ରଶାନ୍ତ ମହାସାଗରରେ ସମୁଦ୍ର ସ୍ତରର ଚାପ, ଉତ୍ତର ପୂର୍ବ ଭାରତ ମହାସାଗରରେ ଉପର ଟ୍ରପୋସଫେରିକ ଜୋନାଲ ପବନ ଆଦି ୬ଟି ବିଷୟ ଆଧାରରେ କରାଯାଇଥାଏ।
ଗତ ବର୍ଷ, ମୌସୁମୀ ମେ ୨୯ ରେ କେରଳ ଛୁଇଁଥିଲା। ଏଥର ମୌସୁମୀ ସାମାନ୍ୟ ବିଳମ୍ବ ହେବ ବୋଲି କୁହାଯାଉଛି । ଓଡ଼ିଶାରେ ବି ବିଳମ୍ବରେ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor