ଭାରତକୁ ମିଳିଛି ଆଉ ଏକ ସଫଳତା, ବ୍ରହ୍ମୋସ ସୁପରସୋନିମ ମିସାଇଲର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି ଭାରତ । ଏହି କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ ସଫଳତା । ଆଇଏନଏସ ମୋରାମୁଗାଓରୁ ଅତ୍ୟାଧୁନିକ ଗାଇଡେଡ ବିଧ୍ୱଂସକ ବ୍ରହ୍ମୋସ ସୁପରସୋନିମ ମିସାଇଲର ସଫଳ ପରୀକ୍ଷଣ କରାଯାଇଛି । ପ୍ରଥମ ପରୀକ୍ଷଣ ମିସାଇଲ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିଛି । ଉଭୟଆଇଏନଏସ ମୋରାମୁଗାଓ ଓ ବ୍ରହ୍ମୋସ ସୁପରସୋନିମ ମିସାଇଲ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଛି । ସମୁଦ୍ରରେ ଭାରତୀୟ ନୌସେନାର ଆଗ୍ନେୟାସ୍ତ୍ର ଶକ୍ତିକୁ ଆହୁରୀ ବୃଦ୍ଧି କରିଛି । ୨୦୨୨ ଡିସେମ୍ବର ୧୮ ତାରିଖରେ ଆଇଏନଏସ ମୋରାମୁଗାଓ ଭାରତୀୟ ନୌସେନାରେ ସାମିଲ ହୋଇଥିଲା ।
Powered by Froala Editor