ଆଜିଠୁ ବଡ଼ଦେଉଳରେ ଠାକୁରଙ୍କ ୨୧ଦିନିଆ ଭିତର ଚନ୍ଦନ ଯାତ୍ରା
ପୁରୀ: ରବିବାର ଠାରୁ ଆରମ୍ଭ ହେବ ଠାକୁରଙ୍କ ୨୧ଦିନିଆ ଭିତର ଚନ୍ଦନ ଯାତ୍ରା । ବଡ଼ଦେଉଳରେ ଏହି ଅବସରରେ ଶ୍ରୀଜିଉଙ୍କ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି ହେବ । ଜ୍ୟେଷ୍ଠ କୃଷ୍ଣ ଏକାଦଶୀ, ସାବିତ୍ରୀ ଅମାବାସ୍ୟା, ଶୀତଳ ଷଷ୍ଠୀ ଓ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଶ୍ରୀମନ୍ଦିରସ୍ଥ ଜଳକ୍ରୀଡ଼ା ମଣ୍ଡପରେ ଠାକୁରମାନଙ୍କ ‘ଜଳକ୍ରୀଡ଼ା’ ଉତ୍ସବ ହେବ ।
ମଦନମୋହନ ଓ ଶ୍ରୀଦେବୀ ଆଜ୍ଞାମାଳ ପାଇ ରୋହିଣୀ କୁଣ୍ଡ ନିକଟସ୍ଥ ଜଳକ୍ରୀଡ଼ା ମଣ୍ଡପକୁ ବିଜେ ହେବେ । ସୁବାସିତ ପୁଷ୍ପ, କର୍ପୂର, ଚନ୍ଦନ ଇତ୍ୟାଦି ସୁଗନ୍ଧିତ ଦ୍ରବ୍ୟ ଯୁକ୍ତ ପାଣିରେ ଠାକୁରେ ଅଧିଷ୍ଠିତ ହେବେ । ପୂଜାପଣ୍ଡା ସାଆନ୍ତ ପଞ୍ଚୋପଚାରରେ ଶୀତଳ ଭୋଗ କରନ୍ତି । ଏହାପରେ ଠାକୁରଙ୍କ ବେଶ ଅନୁଷ୍ଠିତ ହେବ । ମୁଦିରସ୍ତ ପ୍ରସାଦ ଲାଗି କରିବେ । ଚନ୍ଦନ ପାଣି ପିଚକାରୀ ନୀତି ବଢ଼ିବ । ଭିତର ଚନ୍ଦନଯାତ୍ରା ସରିଲେ ଠାକୁରଙ୍କ ୪୨ ଦିନିଆ ମହୋତ୍ସବ ଶେଷ ହେବ ।
Powered by Froala Editor