ପ୍ରବାହ ହେବ ତତଲା ବାୟୁ, ନାକେଦମ ହେବେ ରାଜ୍ୟବାସୀ
ଭୁବନେଶ୍ୱର: ରାଜ୍ୟରେ ୧୫ରୁ ପ୍ରଚଣ୍ଡ ତାତି ଛଟପଟ କରିବ । ସପ୍ତାହେ ପର୍ୟ୍ୟନ୍ତ ଗରମରେ ନାକେଦମ ହେବେ ରାଜ୍ୟବାସୀ ।ରବିବାର ଅପରାହ୍ଣରେ ବାତ୍ୟା ମୋକା ବାଂଲାଦେଶ ଉପକୂଳରେ ସ୍ଥଳଭାଗରେ ଛୁଇଁବା ସମ୍ଭାବନା ଅଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିଲୋମିଟର ରହିପାରେ । ଏହି ବାତ୍ୟା ସମୁଦ୍ରର ଜଳୀୟ ବାଷ୍ପକୁ ସାଙ୍ଗରେ ଟାଣି ନେଇଯିବା ସମ୍ଭାବନା ରହିଛି । ଅପରପକ୍ଷରେ ଉତ୍ତର ପଶ୍ଚିମ ଦିଗରୁ ତତଲା ଓ ଶୁଷ୍କ ବାୟୁ ପ୍ରବାହ ବଢ଼ିବ ।
୧୫ ତାରିଖରୁ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହୋଇପାରେ । ଏଭଳି ଅବସ୍ଥା ପ୍ରାୟ ଏକ ସପ୍ତାହ ପର୍ୟ୍ୟନ୍ତ ଲାଗି ରହିବ । ବାତ୍ୟା ପ୍ରଭାବରେ ରବିବାର ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକରେ ପାଗ ଆଂଶିକ ମେଘୁଆ ସହ ମଝିରେ ମଝିରେ ଖରା ବି ହୋଇପାରେ । ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ବର୍ଷା ହୋଇପାରେ । ୧୫ ଓ ୧୬ରେ ଉପକୂଳରେ ତାପମାତ୍ରା ୪୨-୪୩ ଡିଗ୍ରୀ ରହିପାରେ । ଏହାପରେ ସାମାନ୍ୟ କମିପାରେ । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୨ ତାରିଖ ପର୍ୟ୍ୟନ୍ତ ଅସମ୍ଭାଳ ଗରମ ହୋଇପାରେ । ପାରଦ ୪୩ରୁ ୪୫ ଡିଗ୍ରୀ ରହିପାରେ ।
Powered by Froala Editor