ଚତୁର୍ଥ ରାଉଣ୍ଡ : ଦୀପାଳି ଦାସ ୧୦ ହଜାର ଭୋଟରେ ଆଗୁଆ
ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳ ସ୍ପଷ୍ଟ ହେବାରେ ଲାଗିଛି । ପ୍ରତି ରାଉଣ୍ଡରେ ଆଗେଇ ଚାଲିଛି ବିଜୁ ଜନତା ଦଳ । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ ୨୩୬୧୫ ଖଣ୍ଡ ଭୋଟ ପାଇଛନ୍ତି । ଯେତେବେଳେକି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୧୩୪୩୭ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ୮୨୧ ଖଣ୍ଡ ଭୋଟ ପାଇଛନ୍ତି ।
ସୂଚନାଯୋଗ୍ୟଯେ, ଆଜି ସକାଳ ୮ଟାରୁ ଝାରସୁଗୁଡ଼ା ଭୋଟ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୧୮ ରାଉଣ୍ଡର ଗଣତି କରାଯିବ । ପ୍ରତି ଟେବୁଲରେ ଗୋଟିଏ ଲେଖାଏଁ ବୁଝର ଗଣତି ହେବ । ମଧ୍ୟାହ୍ନ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ବାହାରିବ ବୋଲି ଆକଳନ କରାଯାଇଛି ।
Powered by Froala Editor