କ୍ଷୀର ଟ୍ରକ୍ରୁ ୨୯୦ ପେଟି ମଦ ଜବତ କଲା ପୁଲିସ

ଇନ୍ଦୋର-ଅହମଦାବାଦ ରାସ୍ତାରେ କ୍ଷୀର ଟ୍ରକ୍ରୁ ଗୁଜରାଟର ଏକ ପୁଲିସ ଟିମ୍ ଚଢଉ କରି ୨୯୦ ପେଟି ମଦ ଜବତ କରିଛି । ସୂଚନା ଅନୁଯାୟୀ, ଗୁଜରାଟର ଏକ ଡାଏରୀ ଫାର୍ମର ଟ୍ରକ୍ରେ ମଦ ଚାଲାଣ ହେଉଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା। ଏହାପରେ ଉକ୍ତ ଟ୍ରକ୍କୁ ଧରିବାକୁ ଯୋଜନା ପ୍ରସ୍ତୁତ କରିଥିଲା ପୁଲିସ ଟିମ୍ । ଗତକାଲି ଉକ୍ତ ଟ୍ରକ୍ଟି ହରିୟାଣାରୁ ମଧ୍ୟପ୍ରଦେଶ ଦେଇ ଗୁଜରାଟ ଯାଉଥିଲା। ଏ ନେଇ ସୂଚନା ପାଇ ନୋଗାଁବ ଥାନା ଅଧୀନରେ ଟ୍ରକ୍କୁ ଅଟକାଇଥିଲା। ଟ୍ରକ୍ରେ କ୍ଷୀରର ଚିହ୍ନବର୍ଣ୍ଣ ନ ଥିବା ବେଳେ ଥିଲା ୨୯୦ ପେଟି ମଦ। ଜବତ ମଦର ମୂଲ୍ୟ ୩୬. ୯୬ ଲକ୍ଷ ଟଙ୍କା ବୋଲି ପୁଲିସ୍ କହିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି।
ପୁଲିସ୍ ଟ୍ରକ୍ଟିକୁ ଜବତ କରି ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି। ଏ ଘଟଣା କେବେଠୁ ଚାଲିଛି ତାର ତଦନ୍ତ କରୁଛନ୍ତି ପୁଲିସ ଟିମ୍ । ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ସେ ବାବଦରେ ପୁଲିସ ଯାଞ୍ଚ ପରେ କହିବ ବୋଲି ସୂଚନା ଦେଇଛି ।
Powered by Froala Editor