ବାଘ ଭୋକରେ ମରିଯିବ କିନ୍ତୁ ଘାସ ଖାଇବ ନାହିଁ: ତାରା

ଭୁବନେଶ୍ୱର: ମୁଁ କୁତ୍ତା ନୁହେଁ, ବାଘ । ବାଘ ଭୋକରେ ମରିଯିବ କିନ୍ତୁ ଘାସ ଖାଇବ ନାହିଁ । କଂଗ୍ରେସ ବିଧାୟକଙ୍କ ଦଳବଦଳ ଚର୍ଚ୍ଚା ନେଇ ଏଭଳି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।
ସେ କହିଛନ୍ତି ଯେ ଭାଲୁ ବାହିନୀପତି ହେଉଛି ରୟାଲ ଟାଇଗର । କୁତ୍ତା ନୁହେଁ । କଂଗ୍ରେସର ୯ ଜଣ ବିଧାୟକ ବିଜେଡିରେ ମିଶିବାକୁ ଚାହୁଁଥିବା କଥା ସମ୍ପୂର୍ଣ୍ଣ ଭୁଲ । ଭାଲୁ ବାହିନୀପତି ହେଉଛି ରୟାଲ ଟାଇଗର । ସେ କେବେ କେଉଁ ଦଳକୁ ଯିବନି । ମୁଁ କୁତ୍ତା ନୁହେଁ, ବାଘ । ବାଘ ଭୋକରେ ମରିଯିବ କିନ୍ତୁ ଘାସ ଖାଇବ ନାହିଁ । ଶରତ ପଟ୍ଟନାୟକ କି ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୁଅନ୍ତୁ, କିଛି କହିବାର ନାହିଁ । ତେବେ ଦଳରେ ଗୋଷ୍ଠୀ ବିବାଦ ରହିଥିବା କଥା ତାରା ସ୍ୱୀକାର କରିଛନ୍ତି ।
ପ୍ରକାଶ ଯେ ଗତ ୮ ତାରିଖ ଦିନ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ମଧ୍ୟ ଏକ ଖୋଲା ମଞ୍ଚରେ କଂଗ୍ରେସର ଗୋଷ୍ଠୀ କନ୍ଦଳ କଥା କହି ଦଳୀୟ ନେତୃତ୍ୱଙ୍କୁ ଟାର୍ଗେଟ କରିଥିଲେ । ରାଜ୍ୟ କଂଗ୍ରେସ ନେତୃତ୍ୱଙ୍କ ବିରୋଧରେ ବିଷ ଓଗାଳିଥିଲେ ଚିରଞ୍ଜୀବ ବିଶ୍ୱାଳ । ଖୋଲାମଞ୍ଚରେ ଧୂଲେଇ କରିଥିଲେ । ଜାନକୀ-ବସନ୍ତ ଯୋଡ଼ି ସମ୍ପର୍କିତ ଆଲୋଚନାବେଳେ ରାଜ୍ୟ କଂଗ୍ରେସ ନେତୃତ୍ୱଙ୍କୁ ଟାର୍ଗେଟ କରିଥିଲେ ।
ସେ କହିଥିଲେ ଯେ ପୂର୍ବର କଂଗ୍ରେସ ଆଉ ନାହିଁ । କଂଗ୍ରେସରେ ଏବେ ନେତୃତ୍ୱ୍ୱର ଅଭାବ । ୨୦୦୦ ପରେ ଜନ୍ମିତଙ୍କୁ ଏବେ ୨୩ ବର୍ଷ । କିନ୍ତୁ ସେମାନେ ନବୀନ ଛଡ଼ା କିଛି ଜାଣନ୍ତିନି । ସେମାନଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସର କିଛି ପ୍ରୟାସ ନାହିଁ । କଂଗ୍ରେସର ଲଢୁଆ ମନୋବୃତ୍ତି ଆଉ ନାହିଁ । ବିଧାୟକ ସଂଖ୍ୟା କମି କମି ଯାଉଛି । କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି । କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । କଂଗ୍ରେସର ରୋଗ ହେଲା ଜଣେ ସଂଗଠନ କରିବ କିନ୍ତୁ ଆଉ ଜଣେ ଟିକେଟ ପାଇବ । ଆଗାମୀ ନିର୍ବାଚନରେ କଂଗ୍ରେସ ୧୪୭ ପ୍ରାର୍ଥୀ ଦେଇପାରିବ କି ନାହିଁ ସନେ୍ଦହ । କଂଗ୍ରେସର ରାଜନୈତିକ ମନୋବୃତ୍ତି ନାହିଁ, ହାରିବା ମାନସିକତା ନେଇ ଲଢୁଛି । ଆମ ଦଳରେ ରୋଗ ଅଛି ଯିଏ ପିସିସି ସଭାପତି ହେବ କାହାକୁ ପଚାରିବନି । ନହେବା ଯାଏ ସବୁ ଠିକ ଥିବ, ଥରେ ହୋଇଗଲେ କାହାକୁ ପଚାରିବେନି ବୋଲି ଚିରଞ୍ଜୀବ ବିଶ୍ୱାଳ କହିଥିଲେ ।
Powered by Froala Editor