ପୂର୍ବତନ ସରପଞ୍ଚଙ୍କୁ ହତ୍ୟାକଲେ ମାଓବାଦୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମାଓବାଦୀ ମାନେ ଏହି ହତ୍ୟାକାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି ।ସୂଚନା ଅନୁଯାୟୀ, ବୁଧବାର ରାତି ପ୍ରାୟ ୯ଟା ସମୟରେ ସୁବଳ ତାଙ୍କ ପରିବାର ସହ ସାଉଲି ପଡାସ୍ଥିତ ନିଜ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ବ୍ୟକ୍ତି ତାଙ୍କୁ ଘରୁ ଡ଼ାକିନେଇ ଘର ଅଗଣାରେ ହିଁ ଗୁଳି କରି ହତ୍ୟା କରିଥିଲେ। ଘଟଣା ସ୍ଥଳରୁ ସୁମେରବନ୍ଧ ସିଆରପିଏଫ କ୍ୟାମ୍ପ ମାତ୍ର ଏକ କିଲୋମିଟର ଦୂରରେ ରହିଛି। ଘଟଣା ଗତକାଲି ରାତିରୁ ହୋଇଥିବା ବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନାହିଁ। ମୃତ ସୁବଳ କହଁର ନୂତନ ଭାବେ ଗଠିତ ସୁମେରବନ୍ଧ ପଞ୍ଚାୟତର ପ୍ରଥମ ସରପଞ୍ଚ ଥିଲେ। ପୂର୍ବରୁ ସୁବଳଙ୍କୁ ମାଓବାଦି ମାନେ ହତ୍ୟା ଧମକ ଦେଇଥିବା କୁହାଯାଉଛି। ସେ ଅନେକ ଦିନ ଧରି ବାଲିଗୁଡା ଠାରେ ରହୁଥିବା ବେଳେ ଦୁଇ ତିନି ମାସ ହେଲା ଗାଁକୁ ଫେରିଥିଲେ।
Powered by Froala Editor