ଖତରୋଁ କେ ଖିଲାଡିରେ ଷ୍ଟଣ୍ଟ କରିବେ ଡେଜି
ରିୟଲିଟି ଶୋ’ ଖତରୋଁ କେ ଖିଲାଡି ସିଜନ ୧୩ ରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ଡେଜି ଶାହ। ଏଥର ସେ ଫିଲ୍ମ ମେକର ରୋହିତ ସେଟ୍ଟିଙ୍କ ଗାଇଡାନ୍ସରେ ଷ୍ଟଣ୍ଟ କରିବେ । ୨୦୧୮ରେ ସଲମାନ ଖାଁଙ୍କ ଅଭିନୀତ ମୁଭି ‘ରେସ ୩’ରେ ଶେଷ ଥର ପାଇଁ ନଜର ଆସିଥିବା ଡେଜି କହିଛନ୍ତି, ଏହି ଶୋ’ରେ ମୁଁ ମୋର ଶକ୍ତି, ଧୈର୍ଯ୍ୟ ଓ ସୀମାକୁ ପରଖିବାକୁ ଚେଷ୍ଟା କରୁଛି।
ଡେଜି କହିଛନ୍ତି, ପ୍ରକୃତରେ ମୁଁ ଷ୍ଟଣ୍ଟ କରିବାକୁ ନେଇ ନର୍ଭସ ଅଛି। କିନ୍ତୁ ରୋହିତ ସାର୍ଙ୍କ ସହ ଷ୍ଟଣ୍ଟ ଶିଖିବି । ନିଜର ଭୟ ଦୂର କରିବି । ରୋହିତ ସେଟ୍ଟିଙ୍କ ସହ ସ୍କ୍ରିନ ଶେୟାରକୁ ନେଇ ସେ କହିଛନ୍ତି, ପ୍ରକୃତରେ ମୁଁ ଉତ୍ସାହିତ ଅଛି।
Powered by Froala Editor