୩ ଦିନିଆ ଗସ୍ତରେ ଦିଲ୍ଲୀ ଯିବେ ନବୀନ

ଭୁବନେଶ୍ୱର: ବୁଧବାରଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେ ୧୦ ତାରିଖରୁ ଦିଲ୍ଲୀ ଗସ୍ତରେ ଯିବେ ନବୀନ । ସେଠାରେ ଅଧା ପଡ଼ିରହିଥିବା ସରକାରୀ କାର୍ୟ୍ୟର ସମୀକ୍ଷା କରିବା ସହ ସରକାରୀ ଅଧିକାରୀଙ୍କ ସହିତ ଆଲୋଚନା କରିବେ । ଦିଲ୍ଲୀରେ ଦୁଇଦିନ ରହଣୀ ପରେ ମେ ୧୩ (ଶନିବାର) ଓଡ଼ିଶାକୁ ପ୍ରତ୍ୟାବର୍ତ୍ତବ କରିବେ ବୋଲି ସୂଚନା ମିଳିଛି। ଖବର ଲେଖାହେବା ଯାଏଁ ମୁଖ୍ୟମନ୍ତ୍ରୀ ଗସ୍ତ ସୂଚୀ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ।
Powered by Froala Editor