ବାଇକକୁ ଧକ୍କା ଦେଲା ଘରୋଇ ବସ୍, ଜଣେ ମୃତ

ବଲାଙ୍ଗିର: ବଲାଙ୍ଗିର-ସୋନପୁର ରୋଡ୍ ଗଇଁତଲା ଛକଠାରେ ବାଇକକୁ ଧକ୍କା ଦେଲା ଘରୋଇ ବସ୍ ଓ ଗଣପତି ବସ୍ ଧକ୍କାରେ ଘଟଣା ସ୍ଥଳରେ ଜଣେ ମୃତ, ୨ ଗୁରୁତର । ମୃତକ ମଧ୍ୟରେ ଜଣେ ନାବାଳିକା ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଣେ ମହିଳାଙ୍କୁ ବସ୍ ଶହେ ମିଟର ପର୍ୟ୍ୟନ୍ତ ଘୋଷାଡ଼ି ନେଇଥିଲା । ଗୁରୁତରଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ଏନେଇ ଉତ୍ତେଜନା ଦେଖାଦେଇଛି । ବଲାଙ୍ଗୀର ସୋନପୁର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏପରିକି ଲୋକେ ଟାୟାର ଜାଳି ଘଟଣାର ପ୍ରତିବାଦ କରିଛନ୍ତି । ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Powered by Froala Editor