ଦୁଇ ଗଛ ମଝିରେ ଫସିଲା ହାତୀ

ଅନୁଗୁଳ : ପଣସ ଖାଇବାକୁ ଆସି ହାତୀ ହଟହଟା। ଦୁଇ ଗଛ ମଝିରେ ଫସିଲା ହାତୀ। ଅନୁଗୁଳ ଜଗନ୍ନାଥପୁର ବୁର୍ତି ଗାଁକୁ ପଣସ ଖାଇବାକୁ ଆସି ହାତୀଟି ଆମ୍ବ ଓ ପଣସ ଗଛ ମଝିରେ ହାତୀର ଗୋଡ଼ ଲାଖି ରହିଛି।
ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି। ଜଙ୍ଗଲର ବହୁ ଗଛରେ ପଣସ ପାଚିଥିବା ବେଳେ ତାହାକୁ ଖାଇବାକୁ ଗତ ରାତିରେ ହାତୀଟି ଜଙ୍ଗଲରେ ପଶିଥିଲା। ତେବେ ହାତୀଟି ନିଜ ଦଳ ସହ ଆସିଛି ନା ଏକୁଟିଆ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି। ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ହାତୀଟି ୨ଟି ଗଛ ମଝିରେ ଫସିଥିବା ଦେଖିବାକୁ ପାଇଥିଲେ।
ଏନେଇ ସେମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ମେଡିକାଲ ଟିମ୍କୁ ବି ଖବର ଦିଆଯାଇଥିବା ଅନୁଗୁଳ ଡିଏଫଓ ସୂଚନା ଦେଇଛନ୍ତି। ହାତୀଟି ବାହାରିବା ପରେ ତା’ ଗୋଡ଼ରେ କିଛି ଆଘାତ ଲାଗିଛି କି ନାହିଁ ତାହା ମେଡିକାଲ ଟିମ୍ ଯାଞ୍ଚ କରିବ ବୋଲି ସେ କହିଛନ୍ତି।
Powered by Froala Editor