କଂଗ୍ରେସର ରୋଗ ହେଲା ଜଣେ ସଂଗଠନ କରିବ କିନ୍ତୁ ଆଉ ଜଣେ ଟିକେଟ ପାଇବ:ଚିରଞ୍ଜୀବ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ନେତୃତ୍ୱଙ୍କ ବିରୋଧରେ ବିଷ ଓଗାଳିଛନ୍ତି ଚିରଞ୍ଜୀବ ବିଶ୍ୱାଳ । ଖୋଲାମଞ୍ଚରେ ଧୂଲେଇ କରିଛନ୍ତି । ଜାନକୀ-ବସନ୍ତ ଯୋଡ଼ି ସମ୍ପର୍କିତ ଆଲୋଚନାବେଳେ ରାଜ୍ୟ କଂଗ୍ରେସ ନେତୃତ୍ୱଙ୍କୁ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେ ପୂର୍ବର କଂଗ୍ରେସ ଆଉ ନାହିଁ । କଂଗ୍ରେସରେ ଏବେ ନେତୃତ୍ୱ୍ୱର ଅଭାବ । ୨୦୦୦ ପରେ ଜନ୍ମିତଙ୍କୁ ଏବେ ୨୩ ବର୍ଷ । କିନ୍ତୁ ସେମାନେ ନବୀନ ଛଡ଼ା କିଛି ଜାଣନ୍ତିନି । ସେମାନଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସର କିଛି ପ୍ରୟାସ ନାହିଁ । କଂଗ୍ରେସର ଲଢୁଆ ମନୋବୃତ୍ତି ଆଉ ନାହିଁ । ବିଧାୟକ ସଂଖ୍ୟା କମି କମି ଯାଉଛି । କଂଗ୍ରେସର ୯ ଜଣ ବିଧାୟକ ଅଛନ୍ତି । କିନ୍ତୁ ୨୦ ଜଣ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । କଂଗ୍ରେସର ରୋଗ ହେଲା ଜଣେ ସଂଗଠନ କରିବ କିନ୍ତୁ ଆଉ ଜଣେ ଟିକେଟ ପାଇବ । ଆଗାମୀ ନିର୍ବାଚନରେ କଂଗ୍ରେସ ୧୪୭ ପ୍ରାର୍ଥୀ ଦେଇପାରିବ କି ନାହିଁ ସନେ୍ଦହ । କଂଗ୍ରେସର ରାଜନୈତିକ ମନୋବୃତ୍ତି ନାହିଁ, ହାରିବା ମାନସିକତା ନେଇ ଲଢୁଛି । ଆମ ଦଳରେ ରୋଗ ଅଛି ଯିଏ ପିସିସି ସଭାପତି ହେବ କାହାକୁ ପଚାରିବନି । ନହେବା ଯାଏ ସବୁ ଠିକ ଥିବ, ଥରେ ହୋଇଗଲେ କାହାକୁ ପଚାରିବେନି ବୋଲି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ।
Powered by Froala Editor