କାଜୁ ତୋଳି ଫେରୁଥିବାବେଳେ ପୂର୍ବତନ ସମିତି ସଭ୍ୟଙ୍କୁ ହତ୍ୟା

ଢେଙ୍କାନାଳ: ପୂର୍ବତନ ସମିତି ସଭ୍ୟଙ୍କୁ ସଂଘବଦ୍ଧ ଭାବେ ହତ୍ୟା । ମୃତକ ହେଉଛନ୍ତି ସର୍ବେଶ୍ୱର ରାଉତ । ସର୍ବେଶ୍ୱର ଭୁବନ ବ୍ଲକ ଅନ୍ତର୍ଗତ ଦିଘି ପଂଚାୟତର ଥିଲେ ସମିତି ସଭ୍ୟ । କାଜୁ ତୋଳି ଘରକୁ ଫେରିବାବେଳେ ବାଟରେ କରାଯାଇଛି ହତ୍ୟା । ଦିଘି ଗ୍ରାମ ନିକଟସ୍ଥ ନାଳ ନିକଟରେ କରାଯାଇଛି ଆକ୍ରମଣ । ପୂର୍ବ ଶତ୍ରୁତାରୁ ଘଟିଛି ଏହି ହତ୍ୟାକାଣ୍ଡ ।
ସର୍ବେଶ୍ୱର କାଜୁ ତୋଳିବାକୁ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରୁ ଫେରୁଥିବାବେଳେ ସର୍ବେଶ୍ୱରଙ୍କୁ ବାଟରେ ହତ୍ୟା କରିଥିଲେ ଦୁର୍ବୃତ୍ତ । ସଂଗେ ସଂଗେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
Powered by Froala Editor