କ୍ରାଇମବ୍ରାଞ୍ଚ ହାତରେ ଧରାପଡିଲା ଚାକିରି ଦେବା ଠକ
ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଧରାପଡିଲା ଠକ । ମନୋଜ ମାଝୀ ନାମକ ଏହି ଠକକୁ କୃଷ୍ଣପ୍ରସାଦ ରୁ ଗିରଫ କରିଛି ଏସଟିଏଫ । ମନୋଜଙ୍କ ଘରୁ ଅନେକ ନକଲି ଆଇ କାର୍ଡ ଓ ନକଲି ନିଯୁକ୍ତି ପତ୍ର ଜବତ ହୋଇଛି ।
ଖବର ଅନୁଯାୟୀ, ନିଜକୁ କେତେବେଳେ କ୍ରାଇମବ୍ରାଞ୍ଚ ତ ଆଉ କେତେବେଳେ ସ୍ପେଶାଲ ବ୍ରାଞ୍ଚ ଅଧିକାରୀ ବୋଲି ପରିଚୟ ଦେଉଥିଲା । ପୋଲିସ ଓ ପ୍ରଶାସନ ବିଭାଗରେ ଚାକିରି ଦେବାକୁ କହି ଠକୁଥିଲା । ପୁରୀ , ଖୋର୍ଦ୍ଧା ଓ କଟକ ଜିଲ୍ଲାର କିଛି ଚାକିରୀ ଆଶାୟୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏଏସଓ ଚାକିରି କରାଇ ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ପରେ ପୋଲିସ୍ ଚଢାଉ କରିଥିଲା । ମନୋଜଙ୍କ ଘରୁ ଅନେକ ନକଲି ଆଇ କାର୍ଡ ଓ ନକଲି ନିଯୁକ୍ତିପତ୍ର ଜବତ ହୋଇଛି ।
Powered by Froala Editor