ଆକ୍ରମଣ କଲା ହାତୀ, ମହିଳା ମୃତ
ବନ୍ତଳା: ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ତଳଗଡ଼ ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ମହିଳା ଜଣକ ସେହି ଗାଁର ୫୦ ବର୍ଷୀୟ ବିଜୁଳି ସାହୁ । ସୂଚନାନୁଯାୟୀ, ମୃତ ମହିଳା ସକାଳୁ ଆମ୍ବ ଗୋଟାଇବାକୁ ଘର ପାଖରେ ଥିବା ଆମ୍ବ ବଗିଚାକୁ ଯାଇଥିଲେ । ବଗିଚାରେ ପୂର୍ବରୁ ଥିବା ଏକ ହାତୀ ମହିଳାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ୍ତଳା ରେଞ୍ଜ ବନବିଭାଗ କର୍ମଚାରୀ ସହ ବନ୍ତଳା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
Powered by Froala Editor