ଆଲୋକ ଯେତିକି, ଅନ୍ଧାର ସେତିକି ଏଇ ଯେ ଗହନ ବନ..ପଂକ୍ତିର ଉଦାହରଣ ଦେଲେ ରାଷ୍ଟ୍ରପତି
ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଶନିବାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏସ୍ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଛନ୍ତି।
ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ସେ ନିଜର ବକ୍ତବ୍ୟ ଆରମ୍ଭ କରିଥିଲେ । ଖୁବ୍ କମ ଦିନ ମଧ୍ୟରେ ବିଶ୍ୱବିଦ୍ୟାଳୟ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛି ବୋଲି ରାଷ୍ଟ୍ରପତି କହିଥିଲେ। ଏଠାରେ ଅଧିକ ସଂଖ୍ୟକ ଛାତ୍ରୀ ପାଠପଢୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ।
ତେବେ ତେବେ ରାଷ୍ଟ୍ରପତି ଭାଷଣ ଆରମ୍ଭ କରିବା ବେଳେ ବିଜୁଳି ବିଭ୍ରାଟ ଦେଖାଦେଇଥିଲା । ରାଷ୍ଟ୍ରପତି ଅଭିଭାଷଣ ଆରମ୍ଭ କରିବାର ମାତ୍ର କିଛି ସମୟ ପରେ ବିଜୁଳି ଚାଲିଯାଇଥିଲା । ପୋଡ଼ିୟମରେ ଜଳୁଥିବା କ୍ଷୀଣ ଆଲୋକରେ ରାଷ୍ଟ୍ରପତି ଭାଷଣ ଦେଇଥିଲେ । ସାରା ହଲ୍ ଅନ୍ଧାରରେ ଥିବା ବେଳେ ରାଷ୍ଟ୍ରପତି ଭାଷଣ ଦେଇଥିଲେ । ଭାଷଣ ଛଳରେ ରାଷ୍ଟ୍ରପତି ଆଲୋକ ଯେତିକି, ଅନ୍ଧାର ସେତିକି.. ଏଇ ଯେ ଗହନ ବନ..ପଂକ୍ତିର ଉଦାହରଣ ଦେଇଥିଲେ। ଆଜି ଆମେ ଅନ୍ଧାରରେ ବସିଛୁ ବୋଲି ରାଷ୍ଟ୍ରପତି କହିଥିଲେ।
Powered by Froala Editor