ଝାରସୁଗୁଡ଼ା ପ୍ରଚାରରେ ଯିବେ ନବୀନ
ଭୁବନେଶ୍ବର : ବିଜେଡି ସଭାପତି ନବୀନ ପଟ୍ଟନାୟକ ଝାରସୁଗୁଡ଼ା ଉପନିର୍ବାଚନରେ ପ୍ରଚାରକୁ ଓହ୍ଲାଇବେ। ଯଦିଓ ବିଧିବଦ୍ଧ ଭାବେ ଦଳ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ, ତେବେ ନବୀନଙ୍କ ଗସ୍ତ ଆପାତତଃ ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ୭ ତାରିଖରେ ସେ ଝାରସୁଗୁଡ଼ା ଯାଇ ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ପ୍ରଚାର କରିବେ। ଏଥି ପାଇଁ ଦଳର ବରିଷ୍ଠ ନେତାମାନେ କ୍ଷେତ୍ର ସ୍ତରରେ ଆବଶ୍ୟକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।
ସୂଚନାଯୋଗ୍ୟ ଯେ ସାଧାରଣତଃ ଉପନିର୍ବାଚନ ପ୍ରଚାରରୁ ନବୀନ ନିଜକୁ ଦୂରେଇ ରଖନ୍ତି। ୨୦୧୯ ପରେ ଯେତିକି ଉପନିର୍ବାଚନ ହୋଇଛି, ସବୁଠି ଭିଡିଓ କନ୍ଫରେନ୍ସିଂ ଜରିଆରେ ନବୀନ ଉଦ୍ବୋଧନ ଦେଇଥିଲେ। ତେବେ ଶେଷ ଥର ପାଇଁ ପଦ୍ମପୁରରେ ହୋଇଥିବା ଉପନିର୍ବାଚନରେ ନବୀନ ନିଜେ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଏବେ ପୁଣି ଥରେ ଝାରସୁଗୁଡ଼ା ପ୍ରଚାର ପାଇଁ ଯିବେ।
Powered by Froala Editor