ଶିମିଳିପାଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଯଶିପୁର: ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଗତକାଲି ରାଇରଙ୍ଗପୁରରେ ପହଞ୍ଚିଥିଲେ। ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାତିରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁର ମହୁଲଡ଼ିହାସ୍ଥିତ ବାସଭବନରେ ଅବସ୍ଥାନ କରିଥିବା ବେଳେ ଆଜି ସକାଳେ ଜଳଖିଆ ଖାଇ ଘରୁ ବାହାରିଥିଲେ। ରାଇରଙ୍ଗପୁରସ୍ଥିତ ବାବା ପୂର୍ଣ୍ଣେଶ୍ବରାୟ ଶିବ ମନ୍ଦିର ଏବଂ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
ସେଠାରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦାଣ୍ଡବୋଷସ୍ଥିତ ସମାଧି ପୀଠକୁ ଯାଇ ତାଙ୍କର ୧୧୯ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ସେ ଦାଣ୍ଡବୋଷ ହେଲିପ୍ୟାଡ୍ରୁ ହେଲିକପ୍ଟର ଯୋଗେ ଯଶିପୁର ଅଭିମୁଖେ ବାହାରିଲେ। ପ୍ରାୟ ୧୦ଟା ୨୫ ମିନିଟ୍ରେ ଦ୍ରୌପଦୀ ମୁର୍ମୁ ଯଶିପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍ରେ ଓହ୍ଲାଇଥିଲେ। ଏହା ପରେ ସେ ସ୍ବତନ୍ତ୍ର ଗାଡ଼ି ଯୋଗେ ଶିମିଳିପାଳ ବୁଲିବାକୁ ବାହାରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାଳିଆମି ଗେଟ୍ ଦେଇ ଅଭୟାରଣ୍ୟ ଭିତରେ ପ୍ରବେଶ କରିଥିଲେ। ସେଠାରେ ସେ ୨ ଘଣ୍ଟା ମଧ୍ୟରେ ବରେହିପାଣି ଓ ଯୋରନ୍ଦା ଜଳପ୍ରପାତ ଏବଂ ଚହଲା ପ୍ରକୃତି ନିବାସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
Powered by Froala Editor