Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, March 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

  • ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ...

  • ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ...

  • ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ...

  • ସୋସିଆଲ ମିଡିଆ ବ୍ୟବହାର ପାଇଁ ...

  • ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ...

  • ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ...

  • ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା

  • ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଟିବାୟୋଟିକ ...

  • ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ...

Home ›› ››ସରିବାକୁ ବସିଲାଣି ସରକାରୀ ପାଣ୍ଠି: ଭୁଶୁଡ଼ି ପଡ଼ିବ ଆମେରିକାର ଅର୍ଥନୀତି !

ସରିବାକୁ ବସିଲାଣି ସରକାରୀ ପାଣ୍ଠି: ଭୁଶୁଡ଼ି ପଡ଼ିବ ଆମେରିକାର ଅର୍ଥନୀତି !

2023-05-03 05:34:40
14870
Share:
Facebook
Twitter
E-Mail
WhatsApp
Telegram
ସରିବାକୁ ବସିଲାଣି ସରକାରୀ ପାଣ୍ଠି: ଭୁଶୁଡ଼ି ପଡ଼ିବ ଆମେରିକାର ଅର୍ଥନୀତି !

ୱାସିଂଟନ: ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପରିଚିତ ଆମେରିକା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ସରକାରୀ ପାଣ୍ଠି ସରିବାକୁ ବସିଲାଣି। ନୂଆ ପାଣ୍ଠି ସଂଗ୍ରହ ପାଇଁ ସଂସଦ (କଂଗ୍ରେସ)ର ଅନୁମତି ଦରକାର ଥିବା ବେଳେ ସରକାର ଓ ବିରୋଧୀ ଦଳ ମଧ୍ୟ‌ରେ ବିବାଦ ଯୋଗୁଁ ଏହା ସମ୍ଭବ ହୋଇପାରୁ ନାହିଁ। ଏହାର ଶୀଘ୍ର ସମାଧାନ ନହେଲେ ଆମେରିକାର ଅର୍ଥନୀତି ଭୁଶୁଡ଼ି ପଡ଼ିବାକୁ ବେଶି ସମୟ ଲାଗିବ ନାହିଁ।

ଏଭଳି ପରିସ୍ଥିତି ସୃଷ୍ଟି ହେଲେ ସାରା ବିଶ୍ବର ଅର୍ଥନୀତି ପ୍ରଭାବିତ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଆମେରିକାରେ ଗୋଟିଏ ପରେ ଗୋଟିଏ ବ୍ୟାଙ୍କ ଦେବାଳିଆ ହେବାରେ ଲାଗିଥିବା ବେଳେ ପାଣ୍ଠି ସଙ୍କଟ ପରିସ୍ଥିତିକୁ ଜଟିଳ କରି ପକାଇଛି। ଆମେରିକା ହେଉଛି ବିଶ୍ବ ଅର୍ଥନୀତିର ମୂଳ କେନ୍ଦ୍ର। ଏହା ଉପରେ ବିଶ୍ବର ଅଧିକାଂଶ ଦେଶ ଓ ବିଶ୍ବସ୍ତରୀୟ ସଂସ୍ଥା ନିର୍ଭରଶୀଳ। ଏହା ବିଭିନ୍ନ ଦେଶକୁ ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ କରୁଛି। ବିଶ୍ବବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍), ଜାତିସଂଘ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଦି ଅନେକ ସଂସ୍ଥା ଆମେରିକୀୟ ସହାୟତା ଉପରେ ନିର୍ଭର କରିଥାନ୍ତି। ଯଦି ଆମେରିକାରେ ଆର୍ଥିକ ସଙ୍କଟ ଦେଖାଦେବ, ଏହା ଉପରେ ନିର୍ଭରଶୀଳ ଥିବା ସବୁ ଦେଶ ଓ ସଂଗଠନ ଦୁର୍ବଳ ହେଇପଡ଼ିବ ଯାହା ସାରା ବିଶ୍ବରେ ଘୋର ଅସ୍ଥିରତା ସୃଷ୍ଟି କରିବ।

ଆମେରିକାରୁ ଆର୍ଥିକ ସହାୟତା ପାଉଥିବା ଗରିବ ଦେଶଗୁଡ଼ିକରେ କ୍ଷୁଧା, ଅନାହାର ଓ ଦାରିଦ୍ର୍ୟ ବଢ଼ିଯିବ। ବିଶ୍ବ ସ୍ତରରେ ଷ୍ଟକ ବଜାର ଭୁଶୁଡ଼ି ପଡ଼ିବ। ବ୍ୟାଙ୍କଗୁଡ଼ିକ ଦୁର୍ବଳ ହୋଇପଡ଼ିବେ। ସମସ୍ୟା ସୃଷ୍ଟି ହୋଇଛି ଖୋଲା ବଜାରରୁ ଋଣ ଉଠାଣକୁ ନେଇ। ବିଭିନ୍ନ ଖର୍ଚ୍ଚ ଲାଗି ସରକାର ଖୋଲା ବଜାରରୁ ଋଣ ଉଠାଇଥାଆନ୍ତି। ତେବେ ଏହି ଋଣ ଉଠାଣ ପାଇଁ ସୀମା ଧାର୍ଯ୍ୟ ହୋଇଥାଏ। ଅଧିକ ଅର୍ଥ ଦରକାର ପଡ଼ିଲେ ସରକାର ଏହି ଋଣ ସୀମା ବୃଦ୍ଧି କରନ୍ତି। ଏହା ଏକ ନିୟମିତ ଏବଂ ଆଇନଗତ ପ୍ରକ୍ରିୟା। ତେବେ ସୀମା ବୃଦ୍ଧି ଲାଗି ଆମେରିକୀୟ କଂଗ୍ରେସ ବା ସଂସଦର ଅନୁମତି ଦରକାର।

ବର୍ତ୍ତମାନ ସରକାରଙ୍କ ପାଖରେ ଯେତିକି ନଗଦ ରହିଛି ତାହା ଧୀରେ ଧୀରେ ଶେଷ ହେବାରେ ଲାଗିଛି। ଋଣ ସୀମାକୁ ବଢ଼ାଇବାରେ ସରକାର ଅସମର୍ଥ ହେଲେ ଆମେରିକା ପାଖରେ ଥିବା ସବୁ ନଗଦ ଅର୍ଥ ଜୁନ୍ ୧ ସୁଦ୍ଧା ଶେଷ ହୋଇଯିବ। ସରକାର ଆଉ କୌଣସି ଦେୟ ଦେଇପାରିବେ ନାହିଁ ବୋଲି ଆମେରିକାର ଟ୍ରେଜେରି ସଚିବ ଜାନେଟ୍‌ ୟାଲେନ୍ କହିଛନ୍ତି।  ଏକ ଆକଳନରୁ ଜଣାପଡ଼ିଛି ଯେ ଯଦି ଆମେରିକା ଋଣ ଖିଲାପ କରିବ କିମ୍ବା ନିଜ ଉପରେ ଥିବା ଆର୍ଥିକ ଦାୟିତ୍ବକୁ ନିର୍ବାହ କରିବାରେ ବିଫଳ ହେ‌ବ, ତେବେ ଗୋଟିଏ ଝଟ୍‌କାରେ ୭୦ ଲକ୍ଷ ଚାକିରି ଚାଲିଯିବ। ଆମେରିକାର ଅଭିବୃଦ୍ଧି ହ୍ରାସ ପାଇବ ଯାହା ବିଶ୍ବ ଅର୍ଥନୀତିକୁ ତଳକୁ ଟାଣିବ।

ସୂଚନାଯୋଗ୍ୟ ଯେ ଆମେରିକା ଅର୍ଥନୀତି ଜଟିଳ ସ୍ଥିତି ଦେଇ ଗତି କରୁଛି। ସେଠାରେ ସରକାରଙ୍କ ବ୍ୟୟ ତୁଳନାରେ ଆୟ କମ୍ ରହିଛି। ସେଥିପାଇଁ ବିତ୍ତୀୟ ନିଅଣ୍ଟ ଉଚ୍ଚ ସ୍ତର‌ରେ ରହିଛି। ଆୟ କମ୍ ରହୁଥିବାରୁ ବୈଧାନିକ ଦାୟିତ୍ବଗୁଡ଼ିକୁ ନିର୍ବାହ କରିବା ଲାଗି ଆମେରିକା ସରକାରଙ୍କୁ ଋଣ ଉପରେ ନିର୍ଭରଶୀଳ ରହିବାକୁ ପଡ଼ୁଛି। ୨୦୨୩ ମାର୍ଚ୍ଚ ସୁଦ୍ଧା ଆମେରିକାର ବିତ୍ତୀୟ ନିଅଣ୍ଟ ୩୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଯାଇଛି। ଆଗକୁ ଖର୍ଚ୍ଚ ତୁଲାଇବା ଲାଗି ଆମେରିକାକୁ ୭୨,୬୦୦ କୋଟି ଡଲାର ଋଣ ଦରକାର ଯାହା ଜାନୁଆରିରେ ଦିଆଯାଇଥିବା ପ୍ରସ୍ତାବ ତୁଳନାରେ ୪୪,୯୦୦ କୋଟି ଡଲାର ଅଧିକ।

Powered by Froala Editor

Tags America

Related articles Odisha News Lens 4.1

  • ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ
    ଦେଶ-ଦେଶାନ୍ତର

    ବନ୍ଦେ ଭାରତ ଯାତ୍ରୀଙ୍କ ଦହି ପ୍ୟାକେଟରେ ପୋକ, ୫୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ

    14459
    Mar 27, 2026
  • ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....
    ଦେଶ-ଦେଶାନ୍ତର

    ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....

    13984
    Mar 27, 2026
  • ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା
    ଦେଶ-ଦେଶାନ୍ତର

    ବୀର ଯୋଦ୍ଧାଙ୍କ ପାଇଁ ରେଳବାଇର ବଡ଼ ଘୋଷଣା

    13958
    Mar 26, 2026
  • ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ
    ଦେଶ-ଦେଶାନ୍ତର

    ଟ୍ରାଭେଲ୍ସ ବସ୍‌ - ଟିପ୍ପର ଟ୍ରକ ଧକ୍କା, ୧୩ ଜୀବନ୍ତ ଦଗ୍ଧ

    14272
    Mar 26, 2026
  • ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ
    ଦେଶ-ଦେଶାନ୍ତର

    ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ

    13593
    Mar 27, 2026
  • ସୋସିଆଲ ମିଡିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହେବ କେଓ୍ବାଇସି
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହେବ କେଓ୍ବାଇସି

    15076
    Mar 26, 2026
  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା
    ବିଶେଷ

    ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14708
    Mar 27, 2026
  • ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା
    ଦେଶ-ଦେଶାନ୍ତର

    ସାହସିକତା ଯବାନଙ୍କ ପାଇଁ ଭାରତୀୟ ରେଲୱେ ପକ୍ଷରୁ ଦେୟମୁକ୍ତ ଯାତ୍ରା

    15151
    Mar 26, 2026
  • ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ନାୟରା
    ଦେଶ-ଦେଶାନ୍ତର

    ପେଟ୍ରୋଲ୍‌ ଦାମ୍‌ ୫ ଟଙ୍କା ବଢ଼ାଇଲା ନାୟରା

    13691
    Mar 26, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୋସିଆଲ ମିଡିଆ ବ୍ୟବହାର ପାଇଁ ବାଧ୍ୟତାମୂଳକ ହେବ କେଓ୍ବାଇସି

    15076
    Mar 26, 2026
  • ଦେଶ-ଦେଶାନ୍ତର

    ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଟିବାୟୋଟିକ ମହଙ୍ଗା ହେବ

    14263
    Mar 26, 2026
  • ଦେଶ-ଦେଶାନ୍ତର

    ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....

    13984
    Mar 27, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17386
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17450
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17798
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16270
    Apr 03, 2021

ବିଶେଷ

  • ଘରର ଛାତକୁ ସବୁବେଳେ ରଖନ୍ତୁ ସଫାସୁତୁରା

    14708
    Mar 27, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    15145
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    14996
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13979
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    15130
    Mar 20, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15021
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15528
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13828
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14268
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜ୍ୱର, ମୁଣ୍ଡବିନ୍ଧା, ଆଣ୍ଟିବାୟୋଟିକ ମହଙ୍ଗା ହେବ

    14263
    Mar 26, 2026
  • ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ବାଲେନ ଶାହ

    13593
    Mar 27, 2026
  • ଲକଡାଉନ ଗୁଜବର ଜବାବ ଦେଲେ ନିର୍ମଳା ସୀତାରମଣ, କହିଲେ ଏହା....

    13984
    Mar 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In