ଦେବାଳିଆ ସ୍ଥିତିରେ ଗୋ-ଫାଷ୍ଟ୍ : ଦୁଇଦିନ ସମସ୍ତ ଉଡ଼ାଣ ରଦ୍ଦ

ଆଗାମୀ ୨ଦିନ ପାଇଁ ଉଡାଣ ବନ୍ଦ ଘୋଷଣା କଲା ଗୋଫାଷ୍ଟ ଏୟାରଲାଇନ୍ସ। ପ୍ରକାଶଥାଉକି, ୱାଡିଆ ଗ୍ରୁପର ଏୟାରଲାଇନ୍ ଗୋ ଫାର୍ଷ୍ଟ ମଙ୍ଗଳବାର ଏନସିଏଲଟିରେ ଭଲ୍ୟୁଣ୍ଟାରୀ ଇନସଲଭାନ୍ସି ପ୍ରୋସିଡିଙ୍ଗ ପାଇଁ ଆବେଦନ କରିଛି । ଗୋ ଫାର୍ଷ୍ଟର ସମସ୍ତ ଉଡାଣ ଆସନ୍ତାକାଲି ଏବଂ ପରଦିନ ଅର୍ଥାତ ୩ ଏବଂ ୪ ମଇ ୨୦୨୩ରେ ରଦ୍ଦ କରି ଦିଆଯାଇଛି ।
ଗୋଫାଷ୍ଟ ସିଇଓ କୌଶିକ ଖୋନାଙ୍କ ଅନୁଯାୟୀ, ପାଣ୍ଠିର ଅଭାବ ହେତୁ ମେ’ ୩ ଓ ୪ରେ ବିମାନ ଉଡ଼ାଣ ସାମୟିକ ଭାବେ ସ୍ଥଗିତ ରହିବ। ଗୋଫାଷ୍ଟକୁ ଦେବାଳିଆ ଘୋଷଣା କରିବାକୁ ଆମେ ନ୍ୟାସନାଲ କମ୍ପାନି ଲ’ ଟ୍ରିବ୍ୟୁନାଲଙ୍କ ନିକଟରେ ଆବେଦନ କରିଛୁ।
ପ୍ରାଟ୍ ଆଣ୍ଡ୍ ହ୍ବିଟନି ( ପି ଆଣ୍ଡ୍ ଡବ୍ଲ୍ୟୁ) ଠିକ ସମୟରେ ଇଞ୍ଜିନ୍ ଯୋଗାଣ ନକରିବା କାରଣରୁ ଗୋଫାଷ୍ଟ ୨୮ଟି ବିମାନ ଉଡ଼ାଣ କରି ନପାରି ଠିଆ ହୋଇ ରହିଛି। ଏହି କାରଣରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି ଏୟାର ଲାଇନ୍ସ। ଏଥି ସହିତ, ଗୋଫାଷ୍ଟ ଏୟାରଲାଇନ୍ସର ୬୦ପ୍ରତିଶତରୁ ଅଧିକ ବିମାନର ଉଡ଼ାଣ ବନ୍ଦ କରାଯାଇଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଏଥିପାଇଁ ଅନେକ ରୁଟରେ ବିମାନ ବୁକିଂ ବାତିଲ କରାଯାଉଛି।
Powered by Froala Editor