୩ ଛୁଆଙ୍କୁ ଦଉଡ଼ିରେ ଝୁଲାଇ ଦେଇ ମା’ର ଆତ୍ମହତ୍ୟା

ବିହାରର ଗୟା ଜିଲ୍ଲାରେ ଜଣେ ମହିଳା ନିଜର ୩ ଛୁଆଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଶନିବାର ସମସ୍ତଙ୍କ ମୃତଦେହ ମିଳିଛି। ମୃତ ମାଳତୀ ଦେବୀ ପ୍ରଥମେ ୩ ଛୁଆଙ୍କୁ ଦଉଡ଼ିରେ ଝୁଲାଇ ଦେଇ ହତ୍ୟା କରିଥିଲେ। ଏହାପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି।
ସିଟି ଏସ୍ପି ହିମାଂଶୁ କହିଛନ୍ତି, “ମାଳତୀ ଦେବୀଙ୍କ ସ୍ୱାମୀ ତାଙ୍କୁ ଦୀର୍ଘଦିନ ହେଲା ମାନସିକ ନିର୍ଯାତନା ଦେଉଥିଲେ। ଏହି କାରଣ ପାଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମାଳତୀ ଦେବୀଙ୍କ ପରିବାର ଲୋକ ମଧ୍ୟ ତାଙ୍କ ଆତ୍ମହତ୍ୟା ପାଇଁ ଘରୋଇ ହିଂସାକୁ ଦାୟୀ କରିଛନ୍ତି। ଘରୋଇ ହିଂସା ବଢୁଥିବାବେଳେ ମହିଳା ଜଣକ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି । ପରିବାର ଲୋକେ ଏହାକୁ ହତ୍ୟା ଘଟଣା କହି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Powered by Froala Editor