ଇଡି ସ୍କାନରରେ ଫସିଲେ BYJU ସିଇଓ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ BYJUର ସିଇଓ ବାଇଜୁ ରବୀନ୍ଦ୍ରନଙ୍କ ବେଙ୍ଗାଲୁରୁ ସ୍ଥିତ ଘରେ ଚଢ଼ାଉ କରାଯାଇଛି। ବୈଦେଶିକ ପାଣ୍ଠି ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗରେ ଏହି ଚଢ଼ାଉ ହୋଇଛି। ବେଙ୍ଗାଲୁରୁ ସହରରେ ମୋଟ ୨ଟି ଅଫିସ ଓ ଗୋଟିଏ ଘର ଉପରେ ଏହି ଚଢଉ କରାଯାଇଥିଲା ।
ବାଇଜୁ ରବୀନ୍ଦ୍ରନ ଓ ତାଙ୍କ କମ୍ପାନୀ ‘ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍’ ବିରୋଧରେ ବୈଦେଶିକ ବିନିମୟ ପରିଚାଳନା ଆଇନ (FEMA)ରେ ଥିବା ବ୍ୟବସ୍ଥା ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ତାଙ୍କ ବେଙ୍ଗାଲୁରୁ ସ୍ଥିତ ଘର ଓ ଦୁଇଟି ଅଫିସରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ଜଣାପଡିଥିଲା ଯେ ରବୀନ୍ଦ୍ରନ ବାଇଜୁଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ ୨୦୧୧ରୁ ୨୦୨୩ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫଡିଆଇ) ବାବଦରେ ପ୍ରାୟ ୨୮,୦୦୦ କୋଟି ଟଙ୍କା ପାଇଛି। ଏହି ସମୟ ମଧ୍ୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନାଁରେ କମ୍ପାନୀ ବିଭିନ୍ନ ବିଦେଶୀ ସଂସ୍ଥାଙ୍କୁ ପ୍ରାୟ ୯,୭୫୪ କୋଟି ଟଙ୍କା ପଠାଇଛି।
ଚଢ଼ାଉ ବେଳେ ଇଡି ଅନେକ ଗୁଡ଼ିଏ ସନ୍ଦେହଜନକ କାଗଜପତ୍ର ଓ ତଥ୍ୟ ଜବତ କରିଥିବା ଜଣାପଡ଼ିଛି। ତଦନ୍ତକାରୀ ଏଜେନ୍ସି ଅଭିଯୋଗ କରିଛି ଯେ ବାଇଜୁଙ୍କୁ ଏକାଧିକ ସମନ ପଠାଯାଇଥିଲା, କିନ୍ତୁ ସେ ସମନକୁ ଏଡ଼ାଇ ଯାଇଥିଲେ ଏବଂ ଇଡି ନିକଟରେ ହାଜର ହୋଇନଥିଲେ ।
Powered by Froala Editor