ଚିଟଫଣ୍ଡ୍ ଠକେଇ ମାମଲା: ଦୁଇ ଜଣଙ୍କୁ ୩ ବର୍ଷ ଜେଲଦଣ୍ଡ
ବାଲେଶ୍ଵର : ଚିଟଫଣ୍ଡ୍ ଠକେଇ ମାମଲାରେ ଦୁଇ ଜଣଙ୍କୁ ୩ ବର୍ଷ ଜେଲଦଣ୍ଡ ସହ ଆର୍ଥିକ ଜରିମାନା। ବାଲେଶ୍ଵର ସ୍ଵତନ୍ତ୍ର ଓପିଆଇଡି କୋର୍ଟର ବିଚାରପତି ବିଶ୍ୱଜିତ୍ ଦାସ ଗୁରୁବାର ଏହି ଶୁଣାଣି କରିଛନ୍ତି। ମିରାକଲ ୱାଣ୍ଡର ସେଲ୍ସ ଆଣ୍ଡ ମାର୍କେଟିଂ ଲିମିଟେଡର ନିର୍ଦ୍ଦେଶକ ମମତା ଦେ ଓ ମାର୍କେଟିଂ ମ୍ୟାନେଜର ଲକ୍ଷ୍ମୀକାନ୍ତ ମହାରଣାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୧ ଲକ୍ଷ ୫୧ ହଜାର ଟଙ୍କା ଜରିମାନା ହୋଇଛି। ଜରିମାନା ଅନାଦେୟ ହେଲେ ୨୩ ମାସ ଆଧିକ ଜେଲ ଦଣ୍ଡର ଶୁଣାଣି ହୋଇଛି। ୯ ଲକ୍ଷ ଟଙ୍କା ଠକେଇ ମାମଲାରେ ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ ୩୦୦/୧୫ରେ ଏତଲା ହୋଇଥିଲା। ଏତଲାକାରୀ ରତ୍ନପ୍ରଭା ଦାସ ଏନେଇ ଅଭିଯୋଗ କରିଥିଲେ । ତେବେ ସମସ୍ତ ସାକ୍ଷ୍ୟପ୍ରମାଣକୁ ଆଧାର କରି ନ୍ୟାୟାଳୟ ଏହି ରାୟ ଶୁଣାଇଛନ୍ତି।
Powered by Froala Editor